spot_img

Latest Posts

ପ୍ଲାଜ୍ମା ଥେରାପି ଦ୍ୱାରା ଭାରତରେ ଆରମ୍ଭ ହେବ ସ୍ୱତନ୍ତ୍ର ଚିକିତ୍ସା…

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ ସଂକ୍ରମିତ ରୋଗୀମାନଙ୍କୁ ପ୍ଲାଜମା ଥେରାପି ଦିଆଯାଇ ଚିକିତ୍ସା ଆରମ୍ଭ ହେବ। ପ୍ଲାଜମା ଥେରାପିରେ କରୋନା ସଂକ୍ରମିତ ଠିକ୍ ହୋଇଥିବା ଲୋକଙ୍କ ରକ୍ତରୁ ପ୍ଲାଜମା ନେଇ କରୋନା ପଜିଟିଭ ଲୋକଙ୍କ ଚିକିତ୍ସା ହୋଇପାରିବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏହି ପ୍ଲାଜ୍ମା ଟେକ୍ନୋଲୋଜିର ପରୀକ୍ଷାକୁ ଅନୁମତି ଦେଇସାରିଛି । ପ୍ଲାଜ୍ମା ଥେରାପିରେ, କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୮୦୦ ଲୋକେ ସଂପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି । ଏହି ଥେରାପିରେ ରକ୍ତ ନିଆଯାଏ ଏବଂ ଆଣ୍ଟିବଡି ପ୍ଲାଜମାକୁ ଅଲଗା କରାଯାଏ । ଏହା ପରେ ସେହି ପ୍ଲାଜମା କରୋନା ରୋଗୀଙ୍କୁ ଇଂଜେକ୍ଟ କରାଯାଏ ।

ଯେତେବେଳେ ଶରୀର କୌଣସି ଜୀବାଣୁ ସଂସ୍ପର୍ଶରେ ଆସେ, ଏହି ପ୍ରଣାଳୀ ସ୍ୱୟଂ ସକ୍ରିୟ ହୋଇ ଆଣ୍ଟିବଡି ରିଲିଜ କରେ । ରିପୋର୍ଟ ଅନୁସାରେ ଏହି ପ୍ଲାଜମା ଥେରାପି କରୋନା ଚିକିତ୍ସାରେ ବହୁ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଚୀନ୍, ଦକ୍ଷିଣ କୋରିଆ, ଆମେରିକା ଏବଂ ବ୍ରିଟେନରେ ଏହାକୁ ପରୀକ୍ଷା କରାଯାଉଛି । ଏହି ଟେକ୍ନୋଲୋଜି ପରୀକ୍ଷଣରେ ଭାରତ ମଧ୍ୟ ଆଗକୁ ବଢୁଛି । ତେବେ ଏହି ଥେରାପି ଆରମ୍ଭ କରିବା ପୂର୍ବରୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ର ଅନୁମତି ନେବାକୁ ପଡିବ । ଏହା ବ୍ୟତୀତ ଭାରତର କ୍ଲିନିକାଲ୍ ଟ୍ରାଏଲ୍ ରେଜିଷ୍ଟ୍ରିରେ ଡାକ୍ତରଖାନା ପଞ୍ଜିକରଣ କରିବା ମଧ୍ୟ ଆବଶ୍ୟକ।

ଆଇସିଏମଆର କହିବା ଅନୁସାରେ ବର୍ତ୍ତମାନ କ୍ଲିନିକାଲ ଟ୍ରାଏଲ ବାହାରେ ପ୍ଲାଜମା ଥେରାପିର ବ୍ୟବହାର କରାଯିବା ଅନୁଚିତ୍ । କେରଳ ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏକି ପ୍ଲାଜମା ଥେରାପି ଉପରେ ଗବେଷଣା ଏବଂ ପ୍ରୋଟୋକଲ ଆରମ୍ଭ କରିଛି। ଶ୍ରୀ ଚିତ୍ରା ତିରୁନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକୁ (SCTIMST) ଆଇସିଏମଆର ଏପ୍ରିଲ ୧୧ତାରିଖରେ ପ୍ଲାଜମା ଥେରାପି ପରୀକ୍ଷା ପାଇଁ ଅନୁମତି ଦେଇଛି । ତେବେ ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ) ରୁ ଏଯାଏଁ ଅନୁମତି ମିଳିନାହିଁ। DCGI ରକ୍ତ ଦାନ କରିବାକୁ ନେଇ ଅନେକ ନିୟମ କରିଛନ୍ତି । ଦିଲ୍ଲୀରେ ପ୍ଲାଜମା ଥେରାପି ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ପ୍ରଶାସନ ଅନୁମତି ଦେଇନଥିବାରୁ କେରଳ ଏହି ପ୍ଲାଜମା ଥେରାପି ପରୀକ୍ଷା ଆରମ୍ଭ କରିଥିଲା। ଆଇସିଏମଆର ସୂଚନା ଅନୁସାରେ କିଛି ଦିନ ମଧ୍ୟରେ ସାରା ଦେଶରେ କେତେ ପରୀକ୍ଷା କରାଯିବ ତାହା ଜଣାପଡିବ। ୨୦୦୩ ମସିହାରେ SARS ମହାମାରୀ, H-1N-1 ସ୍ୱାଇନ୍ ଫ୍ଲୁ ଏବଂ ୨୦୧୨ ମାର୍ସ ମହାମାରୀ ସମୟରେ ପ୍ଲାଜମା ଥେରାପି ନେଇ ଅନୁସନ୍ଧାନ  ଆରମ୍ଭ କରାଯାଇଥିଲା।

 

Latest Posts

Don't Miss