ପ୍ରାଣ ବଞ୍ଚାଉଛି ପ୍ଳାଜ୍‌ମା: ମାସକ ଭିତରେ ପ୍ରତିଷ୍ଠା ହୋଇଛି ୮ ପ୍ଳାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତଙ୍କ ପାଇଁ ସଞ୍ଜୀବନୀ ହୋଇଛି ପ୍ଲାଜ୍‌ମା ଥେରାପି । ଏବେ ସୁଦ୍ଧା ଏକ ହଜାରରୁ ଅଧି୍କ ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ନୂଆ ଜୀବନ ଦେଇଛି । ଏଥିସହ କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡ଼ିଶା । ସେପଟେ ରାଜ୍ୟରେ ଏବେ ସଂକ୍ରମଣ ପିକ୍‌ରେ ରହିଛି । ନଭେମ୍ବର ମଧ୍ୟ ଭାଗକୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । କରୋନା ପାଇଁ ରାମବାଣ ପ୍ଲାଜ୍‌ମା ଥେରାପି । ସଂକ୍ରମିତଙ୍କ ପାଇଁ ସଂଜୀବନୀ। ଗୁରୁତର ରୋଗୀଙ୍କୁ ଦେଉଛି ନୂଆ ଜୀବନ ।

ମାତ୍ର ମାସକ ମଧ୍ୟରେ ରାଜ୍ୟରେ ପ୍ରତିଷ୍ଠା ହୋଇଛି ୮ଟି ପ୍ଲାଜ୍‌ମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କରୋନାରୁ ସୁସ୍ଥ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପ୍ଲାଜ୍‌ମା ଦାନ କରୁଛନ୍ତି । ପ୍ଲାଜ୍‌ମା ଚିକିତ୍ସାରେ ଦେଶର ଅଗ୍ରଣୀ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ । ଏବେସୁଦ୍ଧା ୧ ହଜାର ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜ୍‌ମା ଥେରାପି ସଂଜୀବନୀ ସାବ୍ୟସ୍ତ ହୋଇଛି ।

କଟକ ଏସ୍‌ସିବି ମେଡିକାଲଠାରୁ ଆରମ୍ଭ କରି ରାଜ୍ୟର ପ୍ରମୁଖ ସରକାରୀ ହସ୍‌ପିଟାଲ ଏବଂ ପ୍ରାଇଭେଟ କୋଭିଡ ମେଡିକାଲରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲିଛି । ଫଳରେ ରାଜ୍ୟର ସବୁ କୋଣରୁ ସଂକ୍ରମିତ ପ୍ଲାଜ୍‌ମା ଚିକିତ୍ସା ପାଇପାରୁଛନ୍ତି । ରାଜ୍ୟରେ ପିକ୍‌ରେ ରହିଛି କୋଭିଡ୍ ସଂକ୍ରମଣ । ଅକ୍ଟୋବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ । ଧୀରେ ଧୀରେ ସଂକ୍ରମଣ କମିବ । ନଭେମ୍ବର ମଧ୍ୟ ଭାଗକୁ କରୋନା ପ୍ରାୟତଃ ନିୟନ୍ତ୍ରଣକୁ ଆସିବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ୨ଶହ ପୋଲିସ କର୍ମଚାରୀ ପ୍ଲାଜ୍‌ମା ଦାନ କରିଛନ୍ତି । ପୂର୍ବରୁ ଓଡ୍ରାଫ ଏବଂ ଏନ୍‌ଡିଆର୍‌ଏଫ୍ କୋଭିଡ୍ ଯୋଦ୍ଧା ମଧ୍ୟ ଦେଇଥିଲେ ସଂଜୀବନୀ । ପ୍ଲାଜ୍‌ମା ଥେରାପି ସହ ଜଡ଼ିତ ପୂରା ଟିମ୍‌କୁ ଓ ପ୍ଲାଜ୍‌ମାଦାତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply