ଗଛ ଲଗାଇବା ଏକ ସ୍ଫୂର୍ତ୍ତିଦାୟକ ଅନୁଭବ: ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତି ପ୍ରେମ । ବୃକ୍ଷରୋପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଛ ଲଗାଇବା ଏକ ସ୍ଫୂର୍ତ୍ତିଦାୟକ ଅନୁଭବ ଥିଲା ବୋଲି ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଲେଖିଛନ୍ତି, ଏହି ଗଛ ବଡ଼ ହେଲେ ଏଥିରେ ଦିନେ ଚଢ଼େଇ ବସା କରିବ । ଶୁଭିବ ଚଢ଼େଇଙ୍କ କିଚିରିମିଚିରି ଶବ୍ଦ । ଫୁଲ ଉପରେ ମହୁମାଛି ବସିବ । ଗଛର ଫଳଫୁଲ ଓ ଛାଇକୁ ସମସ୍ତେ ଉପଭୋଗ କରିବେ । ଜନନୀ ଜନ୍ମଭୂମିଶ୍ଚ ସ୍ବାର୍ଗାଦପି ଗରିୟସୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରିଛନ୍ତି ।
Planting a tree is invigorating experience for me. One day birds will nest & sing, bees will populate its flowers, many will enjoy its fruits & bask in its shade. It's closest one gets to be with nature in complete gratitude for her blessings.
ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରିୟସୀ pic.twitter.com/NEwsK2l7FQ
— Naveen Patnaik (@Naveen_Odisha) June 6, 2021
ଏଥିସହିତ ପଢ଼ନ୍ତୁ: ୟୁପି ରାଜନୀତି: ବୈଠକକୁ ଡାକିଲେନି, ଜନ୍ମଦିନରେ ଶୁଭେଚ୍ଛା ବି ଜଣାଇଲେନି