ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଖାରଜ ପରେ ପୀତାମ୍ବରଙ୍କ ପ୍ରଳାପ!

ନନ୍ଦିଘୋଷ ବ୍ୟୁରୋ: ବିଜେପିର ବାହୁବଳୀ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ହିତାହିତ ଜ୍ଞାନ ଭୁଲିଗଲେ ତାଙ୍କ ଓକିଲ ତଥା ବିଜେପିର ବରିଷ୍ଠ ନେତା ପୀତାମ୍ବର ଆଚାର୍ଯ୍ଯ। ସେ କହୁଛନ୍ତି ଚାପରେ ପଡି ପୋଲିସ୍ ମିଛ କେସ କରିଛି। ପ୍ରଶ୍ନ ଉଠୁଛି କୋର୍ଟ ମଧ୍ଯ କଣ ଚାପରେ ପଡି ଜାମିନ୍ ନାକଚ କରି ଦେଲେ କି ? ଲୋକେ କହୁଛନ୍ତି ପ୍ରଶାନ୍ତଙ୍କ ଓକିଲ ପୀତାମ୍ବରଙ୍କ ଏହା କେବଳ ପ୍ରଳାପ। ଜଗଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବା ଖବର ଶୁଣିବା ପରେ ପ୍ରଳାପ କରୁଛନ୍ତି ପୀତାମ୍ବର। ଦୁଇଜଣ ଆଇପିଏସ ଅଫିସରଙ୍କ ପ୍ରତି ଅପଶବ୍ଦ ମଧ୍ଯ ପ୍ରୟୋଗ କରିଛନ୍ତି ପୀତାମ୍ବର। ଏହା ତାଙ୍କୁ କାଠଗଡ଼ାକୁ ଟାଣିପାରେ। ଜଣେ ବରିଷ୍ଠ ଆଇପିଏସ ଅଫିସରଙ୍କୁ କହିଲେ ଅଭ୍ଯାସଗତ ଅପରାଧୀ।

ସାଧାରଣରେ ପ୍ରଶ୍ନ, ପୀତାମ୍ବର ଆଚାର୍ଯ୍ଯ କହି ପାରିବେ କି ଏନେଇ ତାଙ୍କ ପାଖରେ କଣ ପ୍ରମାଣ ଅଛି ? ଅନ୍ଯଜଣେ ଆଇପିଏସ ଅଫିସରଙ୍କୁ କହିଲେ ସେ କୁଆଡ଼େ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଛନ୍ତି। ବିଧାୟକ ପ୍ରାର୍ଥୀଙ୍କ ପାଇଁ ପୋଲିସ୍ ଗାଡ଼ିରେ ଟଙ୍କା ବାଣ୍ଟୁଛନ୍ତି। ମୁଖ୍ଯମନ୍ତ୍ରୀଙ୍କୁ କହିଲେ ଗୋଇଠା ଖିଆ ମୁଖ୍ଯମନ୍ତ୍ରୀ । ଏ ତିନିଟି ଶବ୍ଦ ମହଙ୍ଗା ପଡିବ କି ପୀତାମ୍ବରଙ୍କୁ ? ପୀତାମ୍ବର ଜଣେ ରାଜନେତା ଓ ଆଇନଜୀବୀ। ପ୍ରଶ୍ନ ଉଠୁଛି ଜଣେ ଆଇନଜୀବୀ ହୋଇ କିଭଳି କହିଲେ ଆଇନ ଅସମ୍ମତ ଶବ୍ଦ ? ଏଭଳି ମାନହାନୀ କଲା ଭଳି ଶବ୍ଦ ବ୍ଯବହାରୀକାରୀଙ୍କ ବିରୋଧରେ ଆଇନରେ ରହିଛି ଦଣ୍ଡବିଧାନର ବ୍ଯବସ୍ଥା, ଏକଥା ଭୂଲି ଗଲେ କି ପୀତାମ୍ବର?

ଅତି ବୁଦ୍ଧିରେ ବାଇ ଭଳି ହୋଇଛି କି ପୀତାମ୍ବରଙ୍କ ପରିସ୍ଥିତି। ସଂପୃକ୍ତ ଆଇପିଏସ ଅଧିକାରୀମାନେ ଏହା ବିରୋଧରେ ନେବେ କି ଆଇନର ଆଶ୍ରୟ ? ଆସନ୍ତାକାଲି ଶେଷ ପର୍ଯ୍ଯାୟ ନିର୍ବାଚନ ଥିଲା ବେଳେ ଏବେ ଚାଲିଛି ସାଇଲେଣ୍ଟ ପିରିୟଡ। ପୀତାମ୍ବରଙ୍କ ସଂପୃକ୍ତ ବକ୍ତବ୍ୟ ଆଦର୍ଶ ଆଚରଣବିଧିର ଉଲଙ୍ଘନ କରୁ ନାହିଁ କି  ? ପୀତମ୍ବରଙ୍କ ମିଡିଆ ପ୍ରତିକ୍ରିୟା ଭୋଟରଙ୍କ ଉପରେ ପ୍ରଭାବ ପକାଇବ ନାହିଁ କି ? ଆଇନଜୀବୀ ବୋଲି ପୀତାମ୍ବରଙ୍କ ପ୍ରଳାପକୁ ପ୍ରଶ୍ରୟ ଦେବ କି ଆଇନ୍ ?