ପୀତବାସ ମର୍ଡର କେସ୍ : କୋର୍ଟରେ ୩୦ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଦାଖଲ କରିଛି ଚାର୍ଜସିଟ। ବ୍ରହ୍ମପୁର ଏସଡ଼ିଜେଏମ୍ କୋର୍ଟରେ ୩୦ ହଜାର ପୃଷ୍ଠାର ପ୍ରାଥମିକ ଚାର୍ଜସିଟ ପୋଲିସ ଦାଖଲ କରିଛି। ଏତେ ବଡ଼ ଚାର୍ଜସିଟ୍ କୁ ନେଇ କୌତୁହଳ ପ୍ରକାଶ ପାଇଛି। ସ୍ବତନ୍ତ୍ର ଟ୍ରଙ୍କରେ କାଗଜପତ୍ର ନେଇ କୋର୍ଟକୁ ଆସିଥିଲା ପୋଲିସ । ଡିସେମ୍ବର ୯ ତାରିଖରେ ମାମଲାର କେସ୍ ଡାଏରୀ ଦାଖଲ କରିଥିଲା ପୋଲିସ। ଏହି ମାମଲାରେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, ବିଜେଡ଼ି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ ରହିଛନ୍ତି। ମାମଲାରେ ଜାମିନ ପାଇଁ ବିକ୍ରମ ପଣ୍ଡା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଗତ ଅକ୍ଟୋବର ୬ ତାରିଖ ରାତିରେ ବୈକୁଣ୍ଠନଗର ସାହି ଛକରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା।

