spot_img

Latest Posts

ଜର୍ଦ୍ଦା ଗୋଦାମରେ ଚଢ଼ାଉ, ନକଲି ଜର୍ଦ୍ଦା ଜବତ

ପିପିଲି : ନକଲି ଜର୍ଦ୍ଦା ଗୋଦାମରେ ଚଢ଼ାଉ । ପୁରୀ ସତ୍ୟବାଦୀ ବଜାରରେ ଥିବା ପାନ ମସଲା ହୋଲସେଲିଙ୍ଗ ଗୋଦାମରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରାଯାଇଛି । ପୁରୀ ଏସପିଙ୍କ ନିର୍ଦ୍ଦେଶରେ ଆଜି ସତ୍ୟବାଦୀ ପୋଲିସ ଓ ଦିଲ୍ଲୀରୁ ଆସିଥିବା ଡିଲକ୍ସ ଜର୍ଦ୍ଦା କମ୍ପାନୀ ଅଧିକାରୀମାନେ ଏହି ଚଢାଉ କରିଛନ୍ତି । ଦୀର୍ଘଦିନ ହେବ ସତ୍ୟବାଦୀରେ କିଛି ବ୍ୟବସାୟୀ ଅସଲି ଜର୍ଦ୍ଦା ନାମରେ ନକଲି ଜର୍ଦ୍ଦାକୁ ଚଢ଼ା ଦରରେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା । ଥାନାରେ କମ୍ପାନୀ ପକ୍ଷରୁ ଅଭିଯୋଗ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ସୂଚନା ଦେଇଛନ୍ତି। ଚଢ଼ାଉରେ ସତ୍ୟବାଦୀ ପୋଲିସ ସହିତ ଡିଲକ୍ସ କମ୍ପାନୀର ୯ଜଣିଆ ଟିମ୍ ସାମିଲ ହୋଇଥିଲେ।

Latest Posts

Don't Miss