ସରଗରମ ପିପିଲି ରାଜନୀତି, ତିନି ଦଳରେ ଆରମ୍ଭ ହେଲାଣି ପ୍ରାର୍ଥୀ ଚୟନର ଗୋଟି ଚାଳନା

1 min read
Pipili By Election

ପିପିଲି: ସରଗରମ ପିପିଲି ରାଜନୀତି । ଉତ୍ସାହିତ କର୍ମୀ ଓ ନେତା । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ । କିଏ ହେବ ପିପିଲି ଗଡ଼ର ଗଡ଼ନାୟକ ? ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହେଲାଣି ଗୋଟି ଚାଳନା । ପିପିଲି ଉପ-ନିର୍ବାଚନକୁ ନେଇ ବିଜେଡି କର୍ମୀ ଓ ନେତାଙ୍କ ମହଲରେ ଉତ୍ସାହ ବଢିଥିବା ବେଳେ ସଭାପତିଙ୍କ ପ୍ରାର୍ଥୀ ଚନୟ ଉପରେ ରହିଛି ସମସ୍ତଙ୍କ ନଜର ।

ସେପଟେ ପିପିଲିରେ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କିଏ ହେବ ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା । ପିପିଲିରେ ମହାରଥୀଙ୍କ ଦେହାନ୍ତ ପରେ ଏବେ ଖାଲି ପଡିଥିବା ଆସନକୁ ନେଇ ସରଗରମ ହୋଇଛି ରାଜନୀତି । ବିଜେପି ପିପିଲି ଗଡ଼କୁ ହାତେଇବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିଜେଡି ପିପିଲିରେ ପୁଣି ଥରେ ଶଙ୍ଖନାଦ ପାଇଁ ଗାଁ ଗାଁରେ ଆରମ୍ଭ କରିଛି କସରତ । ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଅଧ୍ୟକ୍ଷତାରେ ପିପିଲି ଓ ଡେଲାଙ୍ଗରେ ଆରମ୍ଭ ହୋଇଛି ଗଡ଼ ବଞ୍ଚାଅ ରଣନୀତି ।

୨୦୧୯ ସାଧାରଣ ନିର୍ବଚନାରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କ ଠାରୁ ଶୋଚନୀୟ ପରାଜୟ ହୋଇଥିଲେ । ଅନ୍ୟପଟେ ଉପନିର୍ବାଚନରେ ବିଜେଡି ବାଲେଶ୍ୱର ଓ ତିର୍ତ୍ତୋଲକୁ ହାତେଇ ଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଭରିଛି ଜୋସ୍ । ସେପଟେ ବିଜେଡି ସୁପ୍ରିମୋ ପିପିଲି ପାଇଁ ଯାହାକୁ ଚୟନ କରିବେ ତାଙ୍କୁ ସମସ୍ତଙ୍କ ସମର୍ଥନ ରହିବ ବୋଲି ସ୍ୱର ମେଳାଇଛନ୍ତି ନେତା ଓ କର୍ମୀ ।

ପିପିଲି ଓ ଡେଲାଙ୍ଗ ବିଜେଡି କବଜାରେ ରହିଥିବା ବେଳେ ସମସ୍ତ ଜିଲ୍ଲା ପରିଷଦ ଆସନ ମଧ୍ୟ ଦଳ ହାତରେ ରହିଛି । ଅନ୍ୟପଟେ ପୁରୀ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତିଙ୍କ ଗୁରୁମନ୍ତ୍ରଣାରେ ଦଳ ପୁଣି ଥରେ ପିପିଲିରେ ଉଡାଇବ ବିଜୟ ଧ୍ୱଜ୍ଜା ବୋଲି ଆଶା ରହିଛି ।

Leave a Reply