ପିପିଲି ବ୍ଲକ୍ କାର୍ଯ୍ଯାଳୟର ୩ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ ମାମଲାରେ ଜଣେ ମହିଳା ଗିରଫ
1 min readପୁରୀ: ପୁରୀ ଜିଲ୍ଲା ପିପିଲି ବ୍ଲକ୍ କାର୍ଯ୍ଯାଳୟର ୩ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ଜଣେ ମହିଳା ଗିରଫ। ଏହି ଦୁଇଜଣଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ପିପିଲି ଦାଣ୍ଡମୁକୁନ୍ଦପୁର IDBI ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସରୋଜକାନ୍ତ ମହାପାତ୍ର ଓ ସହଯୋଗୀ ଆଞ୍ଜେଲ ମିଶ୍ର । ଏହି ମାମଲାରେ ଗତ ଗୁରୁବାର ବ୍ୟାଙ୍କର ଆସେଟସ୍ ଅଫିସର ତନ୍ମୟ ମହାରଣାଙ୍କୁ ଗିରଫ କରାଯାଇଥିଲା। ୨-୧୮ ମସିହାରୁ ଏହି ଠକେଇ ଆରମ୍ଭ ହୋଇଥିଲା। ବ୍ଲକ କାର୍ଯ୍ୟାଳୟର ଫନି ଆକାଉଣ୍ଟରୁ ୩ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ ତିନି ଅଭିଯୁକ୍ତ। ତିନି ଅଭିଯୁକ୍ତ ନିଜ ପରିବାର ସଦସ୍ୟ ଓ ସାଙ୍ଗମାନଙ୍କ ନାଁରେ ବ୍ୟାଙ୍କରୁ ୩୫ଟି ମୁଦ୍ରା ଋଣ ଜରିଆରେ ଟଙ୍କା ହଡ଼ପ କରିଥିଲେ। ସେହି ଟଙ୍କା ଶୁଝିବା ପାଇଁ ଫନି ଆକାଉଣ୍ଟ ଟଙ୍କାକୁ ହଡ଼ପ କରି ବ୍ୟାଙ୍କରେ ଜମା କରିଥିଲେ । ଏନେଇ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିଥିଲେ। ଏହି ମାମଲାରେ ୩ ଜଣଙ୍କୁ ଇଓଡବ୍ଲୁ ଗିରଫ କରିଛି।