ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରା

ପିପିଲି: ଭୟାବହ ଅଗ୍ନିକାଣ୍ଡ । ୮ ପରିବାରର ୨୫ ବଖରା ଘର ପୋଡି ପାଉଁଶ । ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ନୂଆଗାଁରେ ଘଟିଛି ଅଗ୍ନିକାଣ୍ଡ । ସୂଚନା ମୁତାବକ ପର୍ଶୁରାମ ଛାଟୋଇଙ୍କ ଘର ସାମ୍ନାରେ ଥିବା ବିଦ୍ୟୁତ ଖୁଣ୍ଟରୁ ସର୍ଟ ସର୍କିଟ ହୋଇ ପ୍ରଥମେ ପର୍ଶୁରାମଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁ ବ୍ୟାପି ପଡୋଶୀ ଘର ଗୁଡିକ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇ ଥିବା ବେଳେ ଧାନ, ଚାଉଳ ,ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଦମକଳ ବାହିନୀଙ୍କ ସହିତ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିଥିଲେ ।