ପିପିଲି ପଲିଟିକ୍ସ; ପ୍ରତିଭା ରଖିଲେ ପ୍ରତିକ୍ରିୟା, ପୁଅକୁ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର: ନାନ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥି । ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ଭାବେ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମାଆ ପ୍ରତିଭା ମହାରଥୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ପରିବାରକୁ ପ୍ରାଥମିକତା ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି ।

ଏହାଠାରୁ ବଡ ଖୁସି ଖବର କିଛି ନାହିଁ । ମୋ ପୁଅ ଯେତେବେଳେ ବିଧାୟକ ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳରୁ ଲଢିବାକୁ ଯାଉଛି ମା ହିସାବରେ ମୁଁ ସବୁଠାରୁ ଖୁସି ବୋଲି ପ୍ରତିଭା ମହାରଥୀ । ମୋ ପୁଅ ପାଇଁ ମୋର ଆର୍ଶୀବାଦ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ, ନିର୍ବାଚନ ମଣ୍ଡଳୀ ଲୋକଙ୍କ ଆର୍ଶୀବାଦ ଯୋଗୁଁ ରୁଦ୍ର ମହାରଥୀ ବିପୁଳ ଭୋଟରେ ବିଜୟ ଲାଭ କରିବେ । ଏପଟେ ପିପିଲି ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ କହିବା କଥା ଏକ ମନ ଏକ ପ୍ରାଣରେ ନିର୍ବାଚନ ଲଢିବ ବିଜେଡି ।

ନିର୍ବାଚନ ସମୟରେ ବିଭିନ୍ନ ଲୋକ ବିଭିନ୍ନ କଥା କହିବେ । କିଛି ମସଲା ବା ଚର୍ଚ୍ଚା ସୃଷ୍ଟି କରାଯାଉଛି । ସେଥିରେ ଆମେ ବିଶ୍ୱାସ କରୁନାହୁଁ। ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ଯଦି କେହି ରାଜନୈତିକ ସୁବିଧା ନେବାପାଇଁ ଚେଷ୍ଟା କରେ ତାହା ଭୀରୁତାର ପରିଚୟ ବୋଲି ପ୍ରତାପ ଦେବ କହିଛନ୍ତି ।

Leave a Reply