ପିପିଲି ଉପନିର୍ବାଚନ: କଂଗ୍ରେସର ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ

1 min read

ସରଗରମ ହେଉଛି ପିପିଲି ରାଜନୀତି । ଶେଷରେ କଂଗ୍ରେସର ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ । ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଅଜିତଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଅଜିତ୍‌ଙ୍କ ବ୍ୟତୀତ ନିଶିକାନ୍ତ ମିଶ୍ର ଓ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରାର୍ଥୀ ଚୟନ ରେସ୍‌ରେ ଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ଅଜିତ ମଙ୍ଗରାଜ ହାଇକମାଣ୍ଡଙ୍କ ବିଶ୍ୱାସ ଜିତିପାରିଛନ୍ତି ।

ଅଜତ ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ସେ ମୋଟ ୯୮୩୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ୨୦୧୯ରେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ସେ ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇନଥିଲେ । ଆଶ୍ରିତ ବିଜେପି ପକ୍ଷରୁ ୨୦୧୯ ପ୍ରାର୍ଥୀ ହୋଇଥିବା ବେଳେ ଏଥର ମଧ୍ୟ ସେ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ରେ ଆଶ୍ରିତ ୭୨୭୩୧ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ତେବେ ୮୮୫୧୮ ଭୋଟ ପାଇ ବିଜେଡି ପ୍ରାର୍ଥୀ ଦିବଂଗତ ପ୍ରଦୀପ ମହାରଥୀ ବିଜୟ ହୋଇଥିଲେ ।

ତେବେ ଏହି ଉପନିର୍ବାଚନ ମାହୋଲ ଭିତରେ ପ୍ରଥମେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରିଥିଲା । ଦ୍ୱିତୀୟରେ ବିଜେଡି ଓ ଶେଷରେ କଂଗ୍ରେସ । ଏହି ଉପନିର୍ବାଚନରେ ବିଜେପି-ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି ।

Leave a Reply