ଇଭିଏମ୍, ଭଭିପାଟ୍ ପ୍ରସ୍ତୁତ; କାଲି ସକାଳ ୭ଟାରୁ ପିପିଲିରେ ଆରମ୍ଭ ହେବ ଭୋଟ୍ ଗ୍ରହଣ

Pipili Bye Election, Voting To Starts From Tomorrow 7 AM

ପିପିଲି: କାଲି ନେତା ବାଛିବ ପିପିଲି । ଭୋଟ୍ ଗ୍ରହଣ ପାଇଁ ରାଜ୍ୟର ଏହି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକାଂଶ ବୁଥରୁ ୱେବକାଷ୍ଟିଂ ହେଉଥିବାରୁ ମତଦାନ ମୁକ୍ତ ଓ ନିରପେକ୍ଷ ହେବ । ୨୩ଟି ବୁଥରେ ମାଇକ୍ରୋ ଅବଜରଭର ରହିଥିବା ବେଳେ ୧୨ଟି ବୁଥରେ ଭିଡିଓଗ୍ରାଫି କରାଯିବ । ସବୁ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଜିଲ୍ଲାପାଳ । ସେହିପରି ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ପୁରୀ ଏସପି ସମୀକ୍ଷା କରିଛନ୍ତି ।
 Pipili Bye Election, Voting To Starts From Tomorrow 7 AM
ଚିହ୍ନଟ ହୋଇଥିବା ୨୦୧ ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୧୭୫ ବୁଥରେ ୱେବ କାଷ୍ଟିଂ ହେବ । ସବୁ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଓ ବିଏଲଓ ପହଞ୍ଚି ଇଭିଏମ୍‌, ଭିଭିପାଟ୍‌ ଓ ନିର୍ବାଚନୀ ଦସ୍ତାବିଜର ଯାଞ୍ଚ କରିଛନ୍ତି । ଭୋର ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଣ୍ଟଙ୍କ ଆଗରେ ଇଭିଏମ୍‌, ଭିଭିପାଟ୍‌ ଖୋଲାଯାଇ ପ୍ରଥମେ ମକ୍‌ ଭୋଟିଂ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ । ଦିବ୍ୟାଙ୍ଗ ଭୋଟରଙ୍କୁ ହ୍ବିଲ୍‌ ଚେୟାରରେ ମତଦାନ କେନ୍ଦ୍ର ଯାଏ ଅଣାଯିବ ।
 Pipili Bye Election, Voting To Starts From Tomorrow 7 AM
ମତଦାନ କେନ୍ଦ୍ରରେ ଗ୍ଲୋବସ, ମାସ୍କ ଦିଆଯିବ। ତେବେ କୋଭିଡ୍ ଲକ୍ଷଣ ଥିବା ଭୋଟରଙ୍କୁ ଶେଷ ଏକ ଘଣ୍ଟାରେ ମତଦାନର ସୁଯୋଗ ମିଳିବ। ସେ ସମୟରେ ଭୋଟିଂ ଅଧିକାରୀ ପିପିଇ କିଟ୍‌ ପିନ୍ଧିବେ । ସୁରକ୍ଷା, ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ପିପିଲିରେ ମୋଟ ୨୫ ପ୍ଲାଟୁନ୍ ଫୋର୍ସ ସହ ୩ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଛନ୍ତି । ଏସପି, ଅତିରିକ୍ତ ଏସପି, ଡିଏସପି ଓ ଇନ୍ସପେକ୍ଟର ରାଙ୍କର ୩୫ ଅଧିକାରୀ ତଦାରଖ କରିବେ । ୩୪୮ଟି ବୁଥକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ୪ ଜଣ ଡେପୁଟି ଏସପିଙ୍କ ସହାୟତାରେ ୩ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି ।
 Pipili Bye Election, Voting To Starts From Tomorrow 7 AM
୧୦ଟି ସ୍ଥାନରେ ନାକାବନ୍ଦୀ ଓ ଚେକପୋଷ୍ଟ କରାଯାଇଛି । ଏଥିରେ ୩୦ ଜଣ ଏସଆଇ ଓ ଏଏସ୍ଆଇ ରାଙ୍କର ଅଫିସର ସହ ୩୦ ସେକ୍ସନ୍ ଫୋର୍ସ ନିୟୋଜିତ ହୋଇଛନ୍ତି । ପିପିଲି, ଡେଲାଙ୍ଗ, ବଳଙ୍ଗା ଓ ସତ୍ୟବାଦୀ ଥାନା ଅଞ୍ଚଳରେ ୬ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସହ ୧୫ ସେକ୍ସନ୍ ଫୋର୍ସକୁ ନେଇ କ୍ୟୁଆରଟି ଗଠନ ହୋଇଛି । ୩୨ଟି ମୋବାଇଲ୍ ପାର୍ଟି ମଧ୍ୟ ମୁତୟନ ହୋଇଛନ୍ତି । ୬ଗୋଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି ।

Leave a Reply