ଭୋଟ୍ ପୂର୍ବରୁ ପିପିଲିର ବିଭିନ୍ନ ବୁଥରେ ପ୍ରସ୍ତୁତି ବୁଲି ଦେଖିଲେ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ

ପିପିଲି: ପିପିଲି ଭୋଟ୍ ପାଇଁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ପ୍ରାକ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏମ.ଭୀରାମୟ । ପିପିଲିର ସବୁ ବୁଥ ବୁଲି ଅବାଧ ଓ ନିରପେକ୍ଷ ଭୋଟିଂ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ତଦାରଖ କରିଛନ୍ତି । ଭୋଟ୍ ପାଇଁ ହୋଇଥିବା ପ୍ରସ୍ତୁତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ । ଆଇନ୍ ଶୃଙ୍ଖଳା ବଜାୟ ରଖିବା ସହ ମୁକ୍ତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ୱେବକାଷ୍ଟିଂ, ସିସିଟିଭି ସର୍ଭେଲାନ୍ସ ଆଦି ବ୍ୟବସ୍ଥାକୁ ସେ ପ୍ରଶଂସା କରିଛନ୍ତି ।
Pipili Bye Election, Central Election Observer Visits Different Booths
ଭୋଟରଙ୍କ ପାଇଁ ବୁଥ୍ ଗୁଡ଼ିକରେ ହୋଇଥିବା ବ୍ୟବସ୍ଥା ମଧ୍ୟ ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ ଗ୍ରହଣ କରାଯାଇଥିବା ସେ କହିଛନ୍ତି । ସେହିଭଳି ପୋଲିଂ ପାର୍ଟି ସବୁ ବୁଥରେ ପହଞ୍ଚି ସାରିଛନ୍ତି ଏବଂ ସମ୍ବେଦନଶୀଳ ବୁଥ୍ ଗୁଡିକ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ପିପିଲି ବିଡିଓ ରଶ୍ମିତା ନାଥ । ସମ୍ବେଦନଶୀଳ ବୁଥ୍ ଗୁଡିକର ୱେବ କାଷ୍ଟିଂ କରାଯାଇଛି ଏବଂ ଏହିସବୁ ବୁଥରେ ଭୋଟ ଗ୍ରହଣ ସମୟର ଭିଡିଓ ସିଧାସଳଖ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତଦାରଖ କରିପାରିବେ ବୋଲି କହିଛନ୍ତି ।

Leave a Reply