ପିପିଲି ଉପ-ନିର୍ବାଚନ: ମତଦାନ ଆରମ୍ଭ, ୨୦୧ ସମ୍ୱେଦନଶୀଳ ବୁଥ୍‌ ଉପରେ ରହିଛି କଡ଼ା ନଜର

1 min read

ପିପିଲି: ପିପିଲି ଉପ-ନିର୍ବାଚନ ନେଇ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ୨୦୧ ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନରେ ମୋଟ୍ ୨ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି । ମାଇକ୍ରୋ ଅବଜର୍ଭର ଓ ସେଣ୍ଟ୍ରାଲ ଫୋର୍ସ ମୁତୟନ ହୋଇଛନ୍ତି । ସବୁ ବୁଥରେ ଲାଗିଛି ସିସିଟିଭି କ୍ୟାମେରା । କରୋନା ପାଇଁ ବୁଥରେ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ପ୍ରତି ବୁଥରେ କୋଭିଡ୍ ନୋଡାଲ୍ ଅଧିକାରୀ ରହିଛନ୍ତି । ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ଡବଲ ଡୋଜ ଟିକା ନେଇଥିବା କର୍ମଚାରୀ ଭୋଟିଂ କେନ୍ଦ୍ରରେ ମୁତୟନ ହୋଇଛନ୍ତି । ଲକ୍ଷଣ ଥିବା ଭୋଟର ଘରେ ରହି ଶେଷ ମୁହୁର୍ତ୍ତରେ ଭୋଟ ଦେଇପାରିବେ । ପ୍ରତି ବୁଥରେ ହଜାରେ ଜଣ ମତଦାତା ଭୋଟ ଦେବାର ପ୍ରକ୍ରିୟା ରହିଛି । ଏହାସହ ଉପନିର୍ବାଚନରେ ୨ହଜାର ୨୦୦ ପୋଲିଂ କର୍ମଚାରୀ ଥିବା ବେଳେ ୨ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି । ୪୨୩ଟି ଗାଡ଼ି ନିୟୋଜିତ ଥିବା ବେଳେ ୩୪୮ ଭିଭିପାଟ ବ୍ୟବହାର କରାଯାଉଛି ।

Leave a Reply