Pipili By-Election: କିଛି ସମୟ ପରେ ଖୋଲିବ ଇଭିଏମ୍

Pipili By-Election Result Update

ପିପିଲି: ବଢ଼ିବାରେ ଲାଗିଛି ନେତାଙ୍କ ହୃତସ୍ପନ୍ଦନ ।ଆଉ କିଛି ସମୟ ପରେ ଖୋଲିବ ପିପିଲି ପେଡ଼ି ।  ଆସିବ ପିପିଲି ଉପନିର୍ବାଚନ ଫଳାଫଳ । ଭୋଟ୍‌ଗଣତି ପାଇଁ ପୁରୀ ପେଣ୍ଠକଟା ୱେରହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ପରେ ଇଭିଏମ୍ ଭୋଟ୍ ଗଣତି ହେବ । ସକାଳ ୮ରୁ ସାଢ଼େ ୮ ଯାଏ ପୋଷ୍ଟାଲ ବାଲଟ୍‌ ଓ ପରେ ଇଭିଏମ ଭୋଟ୍‌ ଗଣତି କରାଯିବ ।

Pipili By-Election Result Update

୭ ନମ୍ବର ରୁମରେ ପୋଷ୍ଟାଲ ବାଲଟ୍ ଗଣତି ହେବ । ୫ ଓ ୬ ନମ୍ବର ରୁମରେ ହେବ ଇଭିଏମ ଭୋଟ୍‌ ଗଣତି କରାଯିବ । ଏଥିପାଇଁ ୬୨ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଲୋକଙ୍କୁ ସ୍କ୍ରିନରେ ଜଣାଇ ଦିଆଯିବ ।

ସେପଟେ ଭୋଟ୍‌ ଗଣତି ପୂର୍ବରୁ ପରାଜୟ ସ୍ୱିକାର କରିଛି କଂଗ୍ରେସ । ବିଜେପି ପରିବର୍ତ୍ତନର ଧାରା ଅବ୍ୟାହତ ଥିବା ଦାବି କରିଥିବାବେଳେ ବିଜେଡି ପୂର୍ବ ଅପେକ୍ଷା ଅଧିକ ଭୋଟ୍‌ ବ୍ୟବଧାନରେ ଜିତିବ ବୋଲି ଦାବି କରିଛି । ତେବେ ଆଜି ସ୍ପଷ୍ଟ ହେବ କିଏ ମାରିବ ପିପିଲି ବାଜି ।

Leave a Reply