ପିପିଲି ଉପନିର୍ବାଚନ ନେଇ ଖୁବଶୀଘ୍ର ଘୋଷଣା ହେବ ତାରିଖ

ପିପିଲି: ଖୁବ୍ ଶୀଘ୍ର ପିପିଲି ଉପନିର୍ବାଚନ ନେଇ ତାରିଖ ଘୋଷଣା ହେବ । ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡ୍ଲାଇନ ଅନୁସାରେ ପିପିଲି ଉପନିର୍ଵାଚନ ହେବ। ପ୍ରତି ବୁଥରେ ୧୦୦୦ ଜଣ ଭୋଟର ଭୋଟ ଦେବେ । ସେଥିପାଇଁ ଅଧିକ ବୁଥ କରାଯାଇଛି ।
ଏନେଇ ନିର୍ବାଚନ କମିଶନ ଅନୁମତି ମଧ୍ୟ ଦେଇ ସାରିଛନ୍ତି। ଖୁବ ଶୀଘ୍ର ନିର୍ବାଚନ କମିଶନ ଉପନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ପିପିଲି ପାଇଁ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏବେ ଏହି ଆସନ ଖାଲି ପଡିଛି ।