ପିପିଲି ଉପ-ନିର୍ବାଚନ: ବିଜେଡି, ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ, ପ୍ରାର୍ଥୀ ଅପେକ୍ଷାରେ କଂଗ୍ରେସ

1 min read

ପିପିଲି: ପୁଣି ଚଳଚଞ୍ଚଳ ପିପିଲି ରାଜନୀତି । ଉପ-ନିର୍ବାଚନ ନେଇ ସାନି ତାରିଖ ଘୋଷଣା ପରେ ଏବେ ପୁଣି ସକ୍ରିୟ ହୋଇଛନ୍ତି ଉଭୟ ନେତା ଓ କର୍ମୀ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଣି ନୂଆ ପ୍ରାର୍ଥୀ ଦେବ କଂଗ୍ରେସ । ୫ ରୁ ୭ ଜଣ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବେଳେ ୨ରୁ ୪ ଦିନ ମଧ୍ୟରେ ଦଳ ପ୍ରାର୍ଥୀ ଘୋଷଣା କରିବ ।  ଅଜିତ୍ ମଙ୍ଗରାଜଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିବୁ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଅଜିତଙ୍କ ପ୍ରାର୍ଥୀ ବନ୍ଦନା ପ୍ରାର୍ଥୀ ହେଲେ ଉଭୟ ବିଜେପି ଓ ବିଜେଡିକୁ ଭଲ ଫାଇଟ ଦେବୁ ଓ ଆମ ଭୋଟ ପ୍ରତିଶତ ବି ବଢ଼ିବ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଏଆଇସିସି ହିଁ ନେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

ଅପରପକ୍ଷରେ ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ଶାସକ ବିଜେଡି । ଏବେ ବିଭିନ୍ନ ପଞ୍ଚାୟତରେ ଦାୟିତ୍ବରେ ଥିବା ନେତାମାନେ ନିଜ ଦାୟିତ୍ବ ତୁଲାଉଛନ୍ତି  । ରବିବାର ପିପିଲିରେ ବିଭିନ୍ନ ଦଳର ନେତା ବିଜେଡିରେ ସାମିଲ ହେବେ  । ଏକ ଦୁଃଖଦ ଘଟଣା ଘଟିବାରୁ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରହିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁ ଭୋଟିଂ ସ୍ଥଗିତ ରହିଥିଲା । ଆସନ୍ତା ମେ ୧୩ ତାରିଖରେ ଭୋଟ୍‌ଗ୍ରହଣ ପାଇଁ ସାନି ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ  ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ବିଜେପିର ନିର୍ବାଚନ ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ୧୭ ତାରିଖରେ ନିର୍ବାଚନ ହୋଇଥିଲେ ଯାହା ହୋଇଥାନ୍ତା ତାହା ମେ’ ୧୩ ତାରିଖରେ ବି ହେବ । ଭାରତୀୟ ଜନତା ପାର୍ଟି ସପକ୍ଷରେ ଫଳାଫଳ ଯିବ ବୋଲି ବାହାସ୍ଫୋଟ ମାରିଛନ୍ତି । ସେଠି କୌଣସି ପ୍ରକାରର ଅନୁକମ୍ପା ମୂଳକ ଭୋଟ ନାହିଁ । ଆଗାମୀ ଦିନରେ କ’ଣ ହେବ ତାହା ସେବେ ଜଣା ପଡିବ । ଦୀର୍ଘ ଦିନ ଧରି ପିପିଲି ବାସୀ ଅବହେଳିତ ହୋଇଛନ୍ତି ଓ ସେଠି ଅରାଜକତା ଚାଲିଛି । ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହେଉଛି । ଯେଉଁମାନେ ଆମର ପଞ୍ଚାୟତ ଦାୟିତ୍ୱରେ ଥିଲେ ସେମାନେ ତାଙ୍କ ତୁଲାଉଛନ୍ତି ଓ ଯିବାଆସିବା ବି କରୁଛନ୍ତି । ପିପିଲିରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ବହୁତ ସକ୍ରିୟ ସକ୍ଷମ ଅଛନ୍ତି  । ପୂର୍ବରୁ ଯେଉଁ ଯୋଜନା ହୋଇଛି ସେହି ପ୍ରକ୍ରିୟାରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Leave a Reply