spot_img

Latest Posts

ଜମୁଛି ପିପିଲି ନିର୍ବାଚନୀ ମାହୋଲ, ବିଜେଡି କ୍ୟାମ୍ପେନ୍‌ ଆଗରେ ଫିକା ପଡ଼ିଲା ବିଜେପି ଓ କଂଗ୍ରେସ୍‌

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବଢିଲାଣି ପାରା। ବିଧିବଦ୍ଧ ପ୍ରଚାର ପୂର୍ବରୁ ରଣନୀତି ପ୍ରସ୍ତୁତ କଲେଣି ତିନି ପ୍ରମୂଖ ରାଜନୈତିକ ଦଳ। ସେପ୍ଟେମ୍ବର ୨୦ରୁ ପିପିଲିରେ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ। କିନ୍ତୁ ଏବେଠାରୁ ଜମିଲାଣି ପ୍ରଚାରର ମାହୋଲ। ବିଜେଡି ତରଫରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି।

ସେପଟେ ବିଜେପି ମଧ୍ୟ ପ୍ରସ୍ତୁତ କଲାଣି ରଣନୀତି। କିନ୍ତୁ ପ୍ରଚାର ମଇଦାନରେ ପଛରେ ପଡିଯାଇଛି କଂଗ୍ରେସ। ଏଯାଏ ପ୍ରଚାର ଆରମ୍ଭ କରିନାହାନ୍ତି କଂଗ୍ରେସ ପ୍ରାର୍ଥୀ। ସେପଟେ ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏପଟେ ଉପନିର୍ବାଚନ ନେଇ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଆଗେଇ ଚାଲିଛି। ପ୍ରଚାର ସମୟରେ ବାଇକ୍ ଓ ସାଇକେଲ ଶୋଭାଯାତ୍ରା ଉପରେ କଟକଣା ଲାଗୁ ହୋଇଥିବା ବେଳେ ଦଳୀୟ ସଭାରେ ସର୍ବାଧିକ ୨୦୦ ଲୋକ କିମ୍ବା ବସିବା କ୍ଷମତାର ୩୦ ପ୍ରତିଶତ ଲୋକ ସାମିଲ ହୋଇପାରିବେ ବୋଲି କୁହାଯାଇଛି। ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ ଏମାନଙ୍କ ଭାଗ୍ୟ ପୀରୀକ୍ଷା କରିବେ ୨ଲକ୍ଷ ୨୯ ହଜାର ୯୯୮ଭୋଟର।

Latest Posts

Don't Miss