Pipili By-Election: ଷଷ୍ଠ ରାଉଣ୍ଡ ସୁଦ୍ଧା ୬ ହଜାରରୁ ଅଧିକ ଭୋଟରେ ଆଗୁଆ ବିଜେଡି
1 min readପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତିରେ ଆଗୁଆ ରହିଛି ବିଜେଡି । ପ୍ରଥମ ରାଉଣ୍ଡରୁ ଆଗୁଆ ରହିଥିବା ବିଜେଡି ଷଷ୍ଠ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୬ ହଜାର ୩୨୪ ଭୋଟରେ ଆଗୁଆ ଅଛନ୍ତି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୨୩, ୪୬୨ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୭, ୧୩୮ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନଙ୍କୁ ମିଳିଛି ୧୭୮୪ ଭୋଟ୍ ।
ଷଷ୍ଠ ରାଉଣ୍ଡ ଫଳାଫଳ ଅନୁସାରେ ବିଜେଡି ୫୪.୦୩ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୩୯.୪୬ ପ୍ରତିଶତ ଭୋଟ୍ ପାଇଛି ବିଜେପି । ସେହିଭଳି କଂଗ୍ରେସ ୪.୧୧ ପ୍ରତିଶତ ଭୋଟ୍ ପାଇଛି । ନୋଟାରେ ପଡ଼ିଛି ୨୪୮ ଖଣ୍ଡ ଭୋଟ୍ ।
#୬_ହଜାରରୁ_ଅଧିକ_ଭୋଟରେ_ରୁଦ୍ର_ଆଗୁଆ
ପିପିଲି ଉପନିର୍ବାଚନରେ ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ଆଗୁଆ ରହିଛି ବିଜେଡି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୬ ହଜାର ୩୨୪ ଭୋଟରେ ଆଗୁଆ । ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ।#ResultWithNandighoshaTV #PipiliByElection #RudraMaharathy #PipiliResult #NandighoshaTV pic.twitter.com/OW3cx8GT90— NandighoshaTV (@NandighoshaTV) October 3, 2021
ପୁରୀ ପେଣ୍ଠକଟା ୱେୟାର ହାଉସ୍ ଷ୍ଟ୍ରଙ୍ଗ୍ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ୍ ଗଣତି । ୫ ଓ ୬ ନମ୍ବର ରୁମରେ ଇଭିଏମ ଭୋଟ୍ ଗଣତି ହେଉଛି । ଗଣତିରେ ୬୨ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ ୨୫ ରାଉଣ୍ଡ ଗଣତି ହେବ ।