ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଭାରତ

1 min read

ବେଙ୍ଗାଲୁରୁ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ବେଙ୍ଗାଲୁରୁରେ ଖେଳାଯାଉଛି ପିଙ୍କ୍ ବଲ୍ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ଭାରତ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି । ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଜୟନ୍ତ ଯାଦବଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଜୟନ୍ତଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଛି । ତେବେ ଭାରତ ପାଖରେ ଏକ ସୁଯୋଗ ରହିଛି ଏହି ମ୍ୟାଚରେ ବିଜୟ ଲାଭ କରି ଇତିହାସ ସୃଷ୍ଟି କରିବାରେ । ଯଦି ଭାରତ ପିଙ୍କ୍ ବଲ୍ ଟେଷ୍ଟରେ ବିଜୟ ଲାଭ କରେ ତେବେ ରୋହିତ ଶର୍ମା ତିନୋଟି ଫର୍ମାଟରେ ଅଧିନାୟକ ଭାବରେ କ୍ଲିନ ସୁଇପ୍ କରିବେ ।

ମୋହଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବିଜୟଲାଭ କରି ଏହି ଦୁଇ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚରେ ଭାରତ ବିଜୟଲାଭ କରିବା ସହ ଏହି ସିରିଜକୁ କ୍ଲିନ ସୁଇପ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଭାରତ ଶେଷ ଥର ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପିଙ୍କ୍ ବଲ୍ ଟେଷ୍ଟ ଖେଳିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଥିଲା । ୨୦୧୯ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳିଥିଲା । ସେଥିରେ ମଧ୍ୟ ଭାରତ ବିଜୟ ଲାଭ କରିଥିଲା  । ଏବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମଧ୍ୟ ଭାରତ ବିଜୟ ହାସଲ କରିବ ବୋଲି ଆଶା ରଖିଛି ।