ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି

ନୂଆଦିଲ୍ଲୀ: ହାଇଦ୍ରବାଦ୍‌ରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଜି ଲୋକସଭାରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି । ଏ ପ୍ରସଂଗରେ ଆଲୋଚନା ପାଇଁ ବାଚସ୍ପତି ସବୁ ଦଳକୁ ସୁଯୋଗ ଦେଇଥିଲେ । ବିଜେଡି ସଂସଦୀୟ ଦଳ ନେତା ପ୍ରସଂଗରେ ବ୍ୟକ୍ତବ୍ୟ ରଖି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲେ । ଦିଲ୍ଳୀରେ ଘଟିଥିବା ନିର୍ଭୟା କାଣ୍ଡପରେ ସ୍ୱତନ୍ତ୍ର ନିୟମ ହୋଇଥିଲା । ହେଲେ ବାରମ୍ୱାର ଏଭଳି ହୃଦୟବିଦାରକ ଘଟଣା ଦେଶରେ ଘଟୁଛି । ତେଣୁ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି । ଏହି ଦାବିକୁ ଅନ୍ୟ ସବୁ ଦଳ ମଧ୍ୟ ଗୃହରେ ସମର୍ଥନ ଜଣାଇଛନ୍ତି ।

Leave a Reply