ଇଣ୍ଡିଗୋ ସଙ୍କଟକୁ ନେଇ ପାଇଲଟସଙ୍କ ପକ୍ଷରୁ ଗମ୍ଭୀର ଅଭିଯୋଗ ଅଣାଯାଇଛି । ପାଇଲଟସଙ୍କ ପକ୍ଷରୁ କୁହାଯାଇଛି, ଏୟାର ଲାଇନ୍ସ ତରଫରୁ ଫ୍ଲାଇଟ ସଙ୍କଟକୁ ଜାଣିଶୁଣି ସୃଷ୍ଟି କରାଯାଇଛି । ସରକାରଙ୍କ ତରଫରୁ ଅଣାଯାଇଥିବା ଫ୍ଲାଇଟ ଡ୍ୟୁଟି ଟାଇମ୍ ଲିମିଟେସନ (FDTL)ର ପରିବର୍ତ୍ତିତ ନିୟମକୁ ପ୍ରତ୍ୟାହାର କରିବା ପାଇଁ ଏହା କରାଯାଇଥିଲା । ମ୍ୟାନେଜମେଣ୍ଟ ତରଫରୁ ନୂଆ ସୁରକ୍ଷା ନିୟମକୁ ଲାଗୁ କରିବାରେ ଜାଣିଶୁଣି ବାଧା ସୃଷ୍ଟି କରାଯାଇଥିଲା । ଏହା ମଧ୍ୟରେ ବି ଇଣ୍ଡିଗୋ ଏୟାରଲାଇନ୍ସର ସମସ୍ୟା ଠିକ୍ ହୋଇନାହିଁ । ଆଜି ୭ମ ଦିନ ଓ ଏବେ ବି ଅଲଗା ଅଲଗା ବିମାନ ବନ୍ଦରରେ ଫ୍ଲାଇଟସକୁ ରେଗୁଲେସନ ଠିକ୍ ହୋଇ ପାରିନାହିଁ ।
ଜଣେ ପାଇଲଟ୍ କହିଛନ୍ତି, ଇଣ୍ଡଇଗୋ ଗୋଟିଏ ଦିନରେ ପାଖାପାଖି ୨,୨୦୦ ଫ୍ଲାଇଟସ ଚଳାଇଥାଏ । ଯଦି ୬୫ କ୍ୟାପ୍ଟେନ ଓ ୧୨ ଫାଷ୍ଟ ଅଫିସରଙ୍କ ଉପରେ ପ୍ରଭାବ ପଡ଼େ, ତେବେ ଏହା କେବଳ ୫-୭ ପ୍ରତିଶତ ଫ୍ଲାଇଟସ ଉପରେ ପ୍ରଭାବ ପକାଇବ । ଦୁଇ ବର୍ଷ ପୂର୍ବରୁ ଅଣାଯାଇଥିବା ପରିବର୍ତ୍ତିତ ନିୟମ FDTL ନିୟମକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରାଯାଉଛି । ସେହିପରି ଫ୍ଲାଇଟସ ସୁରକ୍ଷା ବିପଦରେ ଥିବା ଏୟାରଲାଇନ ପାଇଲଟସ ଆସୋସିଏସନ ଅଫ୍ ଇଣ୍ଡିଆର ସଭାପତି କହିଛନ୍ତି ।

