ପଦଚ୍ୟୁତ କରାଯିବା ପରେ ସମର୍ଥନରେ ଆସିଲେ ବହୁ ନେତା: ଟ୍ୱିଟ୍ କରି କିଛି ଏଭଳି କହିଲେ ପାଇଲଟ୍

1 min read
Pilot-heartfelt-thanks- all-those-who-have-come-out-in-support

ଜୟପୁର: ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ ସଭାପତିରୁ ପଦରୁ ସଚିନ ପାଇଲଟଙ୍କୁ ଅବ୍ୟାହତି ଦେଇଛି ଦଳ । ଏହା ପରେ ସଚିନଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛା ସୁଅ । ତାଙ୍କୁ ସମର୍ଥନ ଜଣାଇଥିବା ସମସ୍ତ ନେତାଙ୍କୁ ସେ କୃତଜ୍ଞତା ବ୍ୟକ୍ତ କରିଛନ୍ତି ।

Sachin Pilot Likely To Meet BJP Chief JP Nadda Today: Sources

ରାଜନୈତିକ ହଟଚମଟ ମଧ୍ୟରେ ଜିତିନ ପ୍ରସାଦ ଠାରୁ ଆରମ୍ଭ କରି ପ୍ରିୟା ଦତ୍ତ ପର୍ଯ୍ୟନ୍ତ ସେମାନଙ୍କୁ ସମର୍ଥନ କରିଛନ୍ତି ।  ବହୁ ନେତାଙ୍କ ସମର୍ଥନ ପରେ ସେମାନଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରିଛନ୍ତି ସଚିନ୍ ପାଇଲଟ୍‌ । ଆଜି ମୋତେ ସମର୍ଥନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ, ଆଭାର, ରାମ ରାମ ସା, ବୋଲି ଟ୍ୱିଟରେ ଲେଖିଛନ୍ତି ।

ନିଜ ସମର୍ଥନ ଜଣାଇ ପ୍ରିୟା ଦତ୍ତ କହିଛନ୍ତି ଯେ, ଗୋଟିଏ ପଟେ ବନ୍ଧୁମାନେ ପାର୍ଟି ଛାଡ଼ିଛନ୍ତି । ସଚିନ ଓ ଜ୍ୟୋତିରାଦିତ୍ୟ ସହକର୍ମୀ ଏବଂ ଭଲ ବନ୍ଧୁ ଥିଲେ । ଦୁର୍ଭାଗ୍ୟ ଯୋଗୁ ଆମ ପାର୍ଟି ୨ ଦିଗଜ୍ ଯୁବ ନେତାଙ୍କୁ ହରାଇଛି ।

ମୁଁ ମାନେନା କି ମହତ୍ୱାକାଂକ୍ଷୀ ହେବା ଭୁଲ୍‌ । ସେମାନେ ସବୁଠାରୁ କଠିନ୍ ସମୟରେ କଠୋର ପରିଶ୍ରମ କରିଥିଲେ ।

Ashok Gehlot says Sachin Pilot playing into the hands of BJP - TPE ...

ସୂଚନା ଯୋଗ୍ୟ ଯେ, ମନ୍ତ୍ରୀ ଏବଂ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପଦରୁ ହଟାଯିବା ପରେ ପ୍ରଥମ ଥର ପାଇଁ ନିଜ ପ୍ରତିକ୍ରିୟା ରଖିଛନ୍ତି ସଚିନ ପାଇଲଟ । ଏବଂ କହିଛନ୍ତି ସତ୍ୟକୁ ହଇରାଣ କରାଯାଇପାରେ କିନ୍ତୁ ହରାଇପାରିବ ନାହିଁ । ଏଥିସହିତ ସେ ନିଜ ଟ୍ୱିଟର ପ୍ରୋଫାଇଲରୁ ଡେପୁଟୀ ସିଏମ୍‌ ପଦକୁ ମଧ୍ୟ ହଟାଇଦେଇଛନ୍ତି ।

ଦଳରୁ ବହିଷ୍କାର ହେବା ପରେ ଟ୍ୱିଟରରେ ଏମିତି ଲେଖିଲେ ସଚିନ ପାଇଲଟ୍……

Leave a Reply