ପଦଚ୍ୟୁତ କରାଯିବା ପରେ ସମର୍ଥନରେ ଆସିଲେ ବହୁ ନେତା: ଟ୍ୱିଟ୍ କରି କିଛି ଏଭଳି କହିଲେ ପାଇଲଟ୍
1 min readଜୟପୁର: ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ ସଭାପତିରୁ ପଦରୁ ସଚିନ ପାଇଲଟଙ୍କୁ ଅବ୍ୟାହତି ଦେଇଛି ଦଳ । ଏହା ପରେ ସଚିନଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛା ସୁଅ । ତାଙ୍କୁ ସମର୍ଥନ ଜଣାଇଥିବା ସମସ୍ତ ନେତାଙ୍କୁ ସେ କୃତଜ୍ଞତା ବ୍ୟକ୍ତ କରିଛନ୍ତି ।
ରାଜନୈତିକ ହଟଚମଟ ମଧ୍ୟରେ ଜିତିନ ପ୍ରସାଦ ଠାରୁ ଆରମ୍ଭ କରି ପ୍ରିୟା ଦତ୍ତ ପର୍ଯ୍ୟନ୍ତ ସେମାନଙ୍କୁ ସମର୍ଥନ କରିଛନ୍ତି । ବହୁ ନେତାଙ୍କ ସମର୍ଥନ ପରେ ସେମାନଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରିଛନ୍ତି ସଚିନ୍ ପାଇଲଟ୍ । ଆଜି ମୋତେ ସମର୍ଥନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ, ଆଭାର, ରାମ ରାମ ସା, ବୋଲି ଟ୍ୱିଟରେ ଲେଖିଛନ୍ତି ।
My heartfelt thanks and gratitude to all those who have come out in my support today.
राम राम सा !— Sachin Pilot (@SachinPilot) July 14, 2020
ନିଜ ସମର୍ଥନ ଜଣାଇ ପ୍ରିୟା ଦତ୍ତ କହିଛନ୍ତି ଯେ, ଗୋଟିଏ ପଟେ ବନ୍ଧୁମାନେ ପାର୍ଟି ଛାଡ଼ିଛନ୍ତି । ସଚିନ ଓ ଜ୍ୟୋତିରାଦିତ୍ୟ ସହକର୍ମୀ ଏବଂ ଭଲ ବନ୍ଧୁ ଥିଲେ । ଦୁର୍ଭାଗ୍ୟ ଯୋଗୁ ଆମ ପାର୍ଟି ୨ ଦିଗଜ୍ ଯୁବ ନେତାଙ୍କୁ ହରାଇଛି ।
ମୁଁ ମାନେନା କି ମହତ୍ୱାକାଂକ୍ଷୀ ହେବା ଭୁଲ୍ । ସେମାନେ ସବୁଠାରୁ କଠିନ୍ ସମୟରେ କଠୋର ପରିଶ୍ରମ କରିଥିଲେ ।
ସୂଚନା ଯୋଗ୍ୟ ଯେ, ମନ୍ତ୍ରୀ ଏବଂ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପଦରୁ ହଟାଯିବା ପରେ ପ୍ରଥମ ଥର ପାଇଁ ନିଜ ପ୍ରତିକ୍ରିୟା ରଖିଛନ୍ତି ସଚିନ ପାଇଲଟ । ଏବଂ କହିଛନ୍ତି ସତ୍ୟକୁ ହଇରାଣ କରାଯାଇପାରେ କିନ୍ତୁ ହରାଇପାରିବ ନାହିଁ । ଏଥିସହିତ ସେ ନିଜ ଟ୍ୱିଟର ପ୍ରୋଫାଇଲରୁ ଡେପୁଟୀ ସିଏମ୍ ପଦକୁ ମଧ୍ୟ ହଟାଇଦେଇଛନ୍ତି ।