spot_img

Latest Posts

ରାଜଧାନୀରେ ପାରା ଚୋରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର : ପାରା ଚୋରଙ୍କୁ ମାଡି ବସିଲା ପୋଲିସ। ଚୋରି ସମୟର ଭିଜୁଆଲ ସିସିଟିଭିରେ କଏଦ। ଏକାଧିକ ପାରା ପାଳକଙ୍କ ଘରୁ ଲୁଟ କରିଛନ୍ତି ଏହି ଲୁଟେରା। ଅଟକ ୨ ଜଣ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡିଛି। ଦୀର୍ଘ ଦିନ ଧରି ପୁରୁଣା ଭୁବନେଶ୍ୱର, ଧଉଳି ଅଞ୍ଚଳରୁ କରୁଥିଲେ ପାରା ଚୋରି। ଭିଜୁଆଲ ଆଧାରରେ ତଦନ୍ତ କରି ଧଉଳି ଥାନା ପୋଲିସ ଉଭୟଙ୍କୁ ଅଟକ ରଖିଛି। ତେବେ କେବଳ ଏହି କେସ ନୁହେଁ ଏହି ଅଭିଯୁକ୍ତଙ୍କ ନାଁରେ ଆହୁରି ଅଧିକ କେସ ରହିଛି, ସେ ନେଇ ଆରମ୍ଭ ହୋଇଛି ଖୋଳତାଡ଼।

Latest Posts

Don't Miss