ପାରାଦୀପ ବନ୍ଦରର PICT ବର୍ଥରେ ଶ୍ରମିକଙ୍କ ଅଶାନ୍ତି

1 min read

ପାରାଦୀପ: ବନ୍ଦରର PICT ବର୍ଥରେ ଶ୍ରମିକ ଅଶାନ୍ତି । ଜାହାଜରୁ ପଣ୍ୟ ସ୍ଥାନାନ୍ତର ହେବା ସମୟରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଯାହାକୁନେଇ ବର୍ଥରେ ଶ୍ରମିକ ଅଶାନ୍ତି ଦେଖା ଦେଇଛି ।

ଉତ୍ୟକ୍ତ କର୍ମଚାରୀ ମାନେ PICT ଗେଟ୍‌ ସାମ୍ନାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କମ୍ପାନୀ ପକ୍ଷରୁ କୌଣସି ସେଫ୍ଟି ଗାର୍ଡ଼ ଦିଆଯାଉନାହିଁ ଏବଂ ଅଣକୁଶଳୀ ସିଗନାଲମ୍ୟାନ ନିଯୁକ୍ତି ଯୋଗୁଁ  ଦୁର୍ଘଟଣା ବୃଦ୍ଧିପାଉଥିବା ଅଭିଯୋଗ ହୋଇଛି  । ଏନେଇ ବାରମ୍ବାର କମ୍ପାନୀକୁ ଜଣାଯାଇଥିଲେବି କମ୍ପାନୀ ଚୁପ ହୋଇ ବସିରହିଛି । ')}

Leave a Reply