spot_img

Latest Posts

ଓଲଟିଲା ବରଯାତ୍ରୀ ଗାଡି; ୩ ମୃତ ଓ ୧୪ ଆହତ

ସୁନ୍ଦରଗଡ଼ :ବରଯାତ୍ରୀ ଗାଡି ଦୁର୍ଘଟଣା ଘଟି ୩ ମୃତ। ସୁନ୍ଦରଗଡ଼ ଲାଠିକଟା ଥାନା ଅନ୍ତର୍ଗତ ଆମଝରଣ ନିକଟରେ ବରଯାତ୍ରୀଙ୍କୁ ନେଇ ଆସୁଥିବା ପିକଅପ ଭ୍ୟାନ ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ୧୪ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଝାରଖଣ୍ଡ ବାନପୋଷାଇତା ଗାଁରୁ ୨୦ ବରଯାତ୍ରୀଙ୍କୁ ନେଇ ଆସୁଥିଲା ଏହି ପିକଅପ୍ ଭ୍ୟାନ। ଗାଡିରେ ବରଯାତ୍ରୀ ନେଇ ସୁନ୍ଦରଗଡ଼ ଜିଲ୍ଲାର ଅଟାଘାଟ ଗାଁକୁ ଆସୁଥିଲେ। ତେବେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସୂଚନା ପାଇଵା ପରେ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Latest Posts

Don't Miss