ଦୁର୍ଘଟଣା ପରେ ତୁମୁଳକାଣ୍ଡ, ପିକଅପ୍ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ବାଲେଶ୍ୱର: ସୋରରେ ଦୁର୍ଘଟଣା ପରେ ତୁମୁଳକାଣ୍ଡ । ପିକଅପ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ । ସୋର କାନପୁର ଛକ ନିକଟରେ ରାସ୍ତାରେ ଠିଆ ହୋଇଥିବାବେଳେ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ହେଲେ କାନପୁର ଗାଁର ଉର୍ମିଳା ଦାସ । ହୋଲି ଖେଳ ଦେଖି ଫେରିବା ବେଳେ ତାଙ୍କୁ ଭ୍ୟାନ ଧକ୍କା ଦେଇଥିଲା ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଲୋକମାନେ ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।