ଅଧାରେ ଅଟକିଛି ପାଠପଢ଼ା, ସାହାରା ଖୋଜିଛି ତପସ୍ବନୀ

ଭଦ୍ରକ: ତପସ୍ବିନୀ ଭଞ୍ଜ । ଘର ଭଦ୍ରକ ଜିଲ୍ଲା ଦୈସିଂ ପଞ୍ଚାୟତ ଚଢ଼େୟା ଗାଁରେ । ପାଠରେ ଏକ ନମ୍ବର । ହେଲେ ରୋଗ ଆଜି ତାଙ୍କ ସବୁ ସ୍ବପ୍ନକୁ ଭାଙ୍ଗି ଚୁରମାର କରିଦେଇଛି । ଉଚ୍ଚଶିକ୍ଷାରେ ପଡ଼ିଛି ଡୋରୀ । ଏପଟେ ଗରିବା ବାପାମାଆଙ୍କ ପକ୍ଷେ ଝିଅର ଭବିଷ୍ୟତ ସଜାଡ଼ିବାକୁ ନାହିଁ ବଳ । ଗରିବ ଘରେ ଜନ୍ମ ହୋଇଥିବାରୁ ଏବେ ଭାଗ୍ୟକୁ ଆଦରି ବସି ରହିଛନ୍ତି ତପସ୍ବନୀ ।

ଚଢ଼େଇ ଗାଁର ଧନେଶ୍ବର ଭଞ୍ଜ । ପୁଅ ଆରପାରିକୁ ଚାଲିଯିବା ପରେ ଝିଅ ତପସ୍ବନୀଙ୍କୁ ନେଇ ଦେଖିଥିଲେ କେତେ ସ୍ବପ୍ନ । ଝିଅ ବି ପାଠପଢ଼ି ବାପାମାଆଙ୍କ ବଳ ହେବାକୁ ମନ ସ୍ଥିର କରିଥିଲେ । ହେଲେ ଦଇବର ବିଚାର ଥିଲା କିଛି ଅଲଗା । ପୋଲିଓ ଆକ୍ରାନ୍ତ ହୋଇ ତପସ୍ବନୀ ଏବେ ଘରେ ବସିଛନ୍ତି । ଭାଙ୍ଗି ଯାଇଛି ସବୁ ସ୍ବପ୍ନ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଝିଅକୁ ସହାୟତା ଯୋଗାଇ ଦେଲେ ସେ ନିଜ ଭବିଷ୍ୟତ ଗଢ଼ି ପାରିବ ବୋଲି କହିଛନ୍ତି ଧନେଶ୍ବର ।

ତପସ୍ବିନୀ ଚାଲିବାରେ ଅସମର୍ଥ ହୋଇଥିବାରୁ ଅନେକ ସମୟରେ ବାପା ନେବା ଆଣିବା କରନ୍ତି । ତେବେ ଏବେ କଲେଜଟି ଗାଁ ଠାରୁ ଦୂରରେ ହୋଇଥିବାରୁ ଚିନ୍ତାରେ ରହିଛନ୍ତି ପରିବାର ଲୋକେ ।

ଧନେଶ୍ବର କହିଛନ୍ତି, ‘ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଏହି ତିନି ଚକିଆ ଗାଡ଼ିରେ ସ୍କୁଲ ଯାଉଥିଲା । ମୁଁ ତ ଖଟି ଖିଆ ଲୋକ କାମକୁ ନଗଲେ ଘର ଚଳିବା କଷ୍ଟ । ଝିଅକୁ କଲେଜ ନେବାଆଣିବା କଲେ ପରିବାରକୁ ଦାନା କେଉଁଠୁ ଆଣି ଦେବି ।’

ଏପଟେ ଆଗକୁ ପାଠ ପଢ଼ିବାକୁ ସରକାର ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ତପସ୍ବନୀ ।

Leave a Reply