spot_img

Latest Posts

ଗଣେଶ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ

ଫୁଲନଖରା : ଗଣେଶ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ। କଟକ ସଦର ଥାନା ସଇନ୍ଦାବାଲି ସାହିରେ ଗଣେଷ ପୂଜା ଭଷାଣ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୬ ଜଣ ଆହତ ହୋଇଛନ୍ତି। ସଦର ପୋଲିସ ପହଁଚି ସେଠାରେ ପଡିଥିବା ୪ଟି ବାଇକ ଜବତ କରି ତଦନ୍ତ କରୁଛି। ସଇନ୍ଦାବାଲି ସାହିରେ ହୋଇଥିବା ଗଣେଷ ପୂଜାର ଭଷାଣି ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଥିଲା। ଭଷାଣ ସାରି ଫେରୁଥିବା ବେଳେ ଗ୍ରାମର କିଛି ଯୁବକଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଆକ୍ରମଣ କରିଥିଲେ। ଏଥିରେ ବାଲିସାହିର ୬ଜଣ ଯୁବକ ଆହତ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହିଁଚି ଯିବାରୁ ଆକ୍ରମଣକାରୀମାନେ ବାଇକ ଛାଡି ପଳାଇଯାଇଥିଲେ। ଘଟଣାସ୍ଥଳରୁ ବାଇକ ଗୁଡ଼ିକୁ ଜବତ କରି ସଦର ପୋଲିସ ତଦନ୍ତ କରୁଛି

Latest Posts

Don't Miss