ଭିଜିଲାନ୍ସ ଜାଲରେ ପୂର୍ବତନ ପିଇଓ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦାରିଙ୍ଗବାଡିର ଲାଞ୍ଚୁଆ ପୂର୍ବତନ ପିଇଓ ଅକ୍ରୁର ମାଝୀ। ୬୦ ଲକ୍ଷ ସରକାରୀ ଟଙ୍କା ହଡ଼ପ କରି ଫେରାର ଥିଲେ। ଗତକାଲି ରାତିରେ ଦାରିଙ୍ଗବାଡିରୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ଟିମ । ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରାମୁଳି ପଂଚାୟତ ପିଇଓ ଥିବାବେଳେ ୫୩ ଲକ୍ଷ ସରକାରୀ ଅର୍ଥ ହଡପ କରିଥିବାବେଳେ ପୂର୍ବରୁ ଝିଙ୍ଗିରୀଗୁଡା ପଂଚାୟତରେ ଥିବାବେଳେ ମଧ୍ୟ ସରକାରୀ ଅର୍ଥ ହଡପ ଅଭିଯୋଗ ରହିଛି । ଅଙ୍କୁରକୁ ଭିଜିଲାନ୍ସ ଅଧିକ ପଚାରଉଚରା କରୁଥିବା କହିଛନ୍ତି ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି ।