ବିଦେଶରେ ଶୁଭିଲା ’ଫୁଲ ବଉଳବେଣୀ’

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆରେ ରହୁଥିବା ଓଡ଼ିଶାର କଳାକାରମାନେ ନିଜ ରାଜ୍ୟର ସଂସ୍କୃତି, ପରମ୍ପରା ଓଡିଆ ଗୀତ ଓ ନୃତ୍ୟକୁ ଭୁଲି ନାହାନ୍ତି । ସେଠାକାର ଓଡିଆ କମ୍ୟୁନିଟିର ଶହେରୁ ଅଧିକ ଓଡିଆ କଳାକାର ଫୁଲ ଵଉଳବେଣୀ କାର୍ଯ୍ୟକ୍ରମରେ ଵିଭିନ୍ନ ଓଡ଼ିଆ ଓ ସମ୍ବଲପୁରୀ ଗୀତରେ ନୃତ୍ୟ ପରିବେଶଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଆ କଳାକାରଙ୍କ ସହ ଅଷ୍ଟ୍ରେଲିଆରେ ରହୁଥିବା ୪ ଶହରୁ ଅଧିକ ଓଡିଆ କାର୍ଯ୍ୟକ୍ରମର ଉପଭୋଗ କରିଥିଲେ ।

ବିଦେଶରେ ଓଡ଼ିଆ ମାଟିର ବାସ୍ନା । ସଂସ୍କୃତି, ପରମ୍ପରା ଓ ନୃତ୍ୟକୁ ନେଇ ପ୍ରବାସୀ ଗର୍ବିତ । ଅଷ୍ଟ୍ରେଲିଆରେ ବି ଜମିଲା ଫୁଲ ବଉଳବେଣୀ ନୃତ୍ୟ । ବିଦେଶରେ ରହୁଥିଲେ ବି ଓଡ଼ିଶାର ପାଣିପବନ ଓ ସଂସ୍କୃତିକୁ ଭୁଲି ନାହାନ୍ତି ପ୍ରବାସୀ ଓଡ଼ିଆ । ଅଷ୍ଟ୍ରେଲିଆରେ ରହୁଥିବା ଓଡ଼ିଶାର କଳାକାରମାନେ ସିଡନୀରେ ଫୁଲ ଵଉଳବେଣୀ କାର୍ଯ୍ୟକ୍ରମ ଆୟୋଜକ କରି ଏହାକୁ ପ୍ରମାଣିତ କରିଛନ୍ତି । ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ନୃତ୍ୟ ଆମ ଜଗନ୍ନାଥ ପରିବେଶଣ ସହ ନୃତ୍ୟୁରେ ଦୁଲୁକିଥିଲା ସିଡନୀ । ମିଷ୍ଟର ଗ୍ଲାମ କଲଚରାଲ ଗ୍ଲୋବାଲ ପ୍ରତିଯୋଗିତାରେ ଵିଜେତା ହୋଇଥିବା ଅରୁଣ ଇନ୍ଦ୍ର ନାୟକଙ୍କ କୋରିଓଗ୍ରାଫରେ ଓଡ଼ିଆ କଳାକାରମାନେ ସମ୍ବଲପୁରୀ ଓ ଓଡିଆ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ।

ଅଷ୍ଟ୍ରେଲିଆରେ ରହୁଥିବା ଓଡିଆ କମ୍ୟୁନିଟିର ଶତାଧିକ କଳାକାର ଫୁଲ ଵଉଳବେଣୀ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମ ଜଗନ୍ନାଥ, ତୋ ଗାଲର କଳାଜାଇ, ଅଳତାମାଖି, ମନରମଇନା, ହରିଣ ନଦିଏ ଧରା ସହିତ ଵିଭିନ୍ନ ସମ୍ବଲପୁରୀ ଓ ଓଡ଼ିଆ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ପରମ୍ପରା ଉପରେ ମଧ୍ୟ କଳାକାରମାନେ ଡ୍ରାମା ଓ ନୃତ୍ୟ ପରିବେଷଣ କରିଥିଲେ ।