ଅଭିଯୁକ୍ତଙ୍କ ସହ ସେଲ୍ଫି ନେଇ ବଦଳିଲେ ଥାନା ଆଇଆଇସି

ସେଲ୍ଫି ଉଠାଇ ବଦଳି ହେଲେ ପୋଲିସ ବାବୁ  । ଏମିତି ସେମିତି ଲୋକଙ୍କ ସହ ନୁହେଁ,ଖୋଦ ଗିରଫ କରିଥିବା ଜଣେ ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇ ହରଡ଼ଘଣାରେ ପଡିଛନ୍ତି ରାମଚଣ୍ଡୀ ଚନ୍ଦ୍ରଭାଗା ଆଇଆଇସି  ।

ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ରାମଚଣ୍ଡୀ ଚନ୍ଦ୍ରଭାଗା ଥାନା ଆଇଆଇସି ବୁଲୁ ମୁଣ୍ଡା ଜଣେ ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇଥିଲେ  । ଗିରଫ କରି ଥାନା ନେବା ବାଟରେ ସେ ଅଭିଯୁକ୍ତ ସହ ସେଲ୍ଫି ନେଇଥିଲେ  । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା  । ଫଳରେ ପୋଲିସ ବିଭାଗର ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

ଏହି ଖବର ଏସପିଙ୍କ ନିକଟରେ ପହଞ୍ଚିଥିଲା  । ସେ ତୁରନ୍ତ ବୁଲୁ ପଣ୍ଡାଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । ବୁଲୁ ମୁଣ୍ଡାଙ୍କୁ ପୁରୀ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି  ।

  ')}

Leave a Reply

Your email address will not be published.