ଆଖି ବୁଜିଲା ଇଣ୍ଟରନେଟ ସେନସେସନ ଗରିଲା ନାଦାକସି

ନୂଆଦିଲ୍ଲୀ:  କିଏ କେତେବେଳେ ଇଣ୍ଟରନେଟ୍‌ ସେନସେସନ ହେବ କହିବା କାଠିକର । ସେ କୌଣସି ଫିଲ୍ମର ହିରୋ ହୋଇପାରନ୍ତି ବା କୌଣସି ପର୍ବତାଞ୍ଚଳ ସୁନ୍ଦରୀ । ୨୦୧୯ରେ ସେହିଭଳି ଏକ ଇଣ୍ଟରନେଟ ସେନସସନ ସାମ୍ନାକୁ ଆସିଥିଲା ।  । କିନ୍ତୁ ସେ କୌଣସି ହିରୋ ବା ହିରୋଇନ ନୁହଁନ୍ତି ବରଂ ଏକ ଗୋରିଲା । ବିଗତ ୨୦୧୯ରେ ଜଣେ ପାର୍କ ରେଞ୍ଜରଙ୍କ ସହ ସେଲଫି ଦେଇ ବିଶ୍ୱବ୍ୟାପୀ ଚର୍ଚ୍ଚାର କାରଣ ସାଜିଥିଲା ନାଦାକସି ନାମକ ୧୨ ବର୍ଷୀୟ ଏକ ଗରିଲା । ଗରିଲାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ସେହି ଗରିଲା ସହିତ ସେଲ୍ଫି ନେବାପାଇଁ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ୍‌ ଦେଖିବାକୁ ମିଳିଥିଲା ।

ଏହି ଇଣ୍ଟରନେଟ ସେନସେସନ  ବା ନାଦାକାସିକୁ ନେଇ ଆସିଛି ଏକ ଦୁଃଖଦ ଖବର ।  ନାଦାକସି  କଙ୍ଗୋର ଭିରୁଙ୍ଗା ନ୍ୟାସନାଲ ପାର୍କରେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସବୁଦିନ ପାଇଁ ଆଖି ବୁଜିଛି । ଗରିଲାର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ପାର୍କ କର୍ତ୍ତୃପକ୍ଷ।  କୁହାଯାଏ କେବେ କେବେ ମଣିଷ ଆଉ ମଣିଷ ମଧ୍ୟରେ ଯେଉଁ ସମ୍ପର୍କ ଗଢ଼ିବାକୁ ବର୍ଷ ବର୍ଷ ସମୟ ଲାଗିଯାଏ, ତାହା କିଛି କ୍ଷଣ ମଧ୍ୟରେ ନିରୀହ ପଶୁ ସହିତ ଯୋଡ଼ି ହୋଇଯାଏ । ସେମାନେ ସାମାନ୍ୟ ସ୍ନେହ ମମତା ପାଇବାମାତ୍ରେ ଏଭଳି ମଣିଷ ପ୍ରେମରେ ବାନ୍ଧି ହୋଇଯାନ୍ତିଯେ, ସାରା ଜୀବନ ସେଇଠି ବନ୍ଧା ପଡ଼ିଯାନ୍ତି ନିଜ ଇଛାରେ । ସେହିଭଳି ସମାନ ଘଟଣା ଘଟିଥିଲା ନାଦାକାସି ନାମକ ଗରିଲା ନିକଟରେ । ସେ ମଧ୍ୟ ମଣିଷ ପ୍ରେମରେ ବନ୍ଧା ପଡ଼ିଥିଲା ।  ସୂଚନା ଅନୁସାରେ ଆନ୍ଦ୍ରେ ବମା ନାମକ ଜଣେ ବ୍ୟକ୍ତି ଗରିଲା ଛୋଟ ହୋଇଥିବା ବେଳେ ଖୁବ୍‌ ଆଦରର ସହିତ କୋଳେଇ ନେଇଥିଲେ ।

 ରିପୋର୍ଟ ଅନୁସାରେ ମାତ୍ର ୨ ମାସର ହୋଇଥିଲା ଗରିଲା । ଆତଙ୍କବାଦୀଙ୍କ ଗୁଳିରେ ମା ଗରିଲା  ଚିରଦିନ ପାଇଁ ନିଘୋର ନିଦ୍ରାରେ ଶୋଇ ଯାଇଥାଏ, କିନ୍ତୁ ନାଦାକସି ଯେ, ନିରୀହ ଶିଶୁ ସେ, ମା’କୁ ଜାବୁଡ଼ି ଧରି ସେମିତି ପଡ଼ି ରହିଥାଏ । ମା’ ଉଠିବ ଆଉ ତାକୁ କୋଳେଇ ନେବ । କିନ୍ତୁ ତା ମା କେବେ ଆଉ ଉଠିବନି ସେ ଜାଣିନଥିଲା । ଏହି ସମୟରେ ତା ପାଇଁ ଦେବଦୂତ ସାଜିଥିଲେ ଫରେଷ୍ଟ ରେଞ୍ଜର । ତା ପରେ ପାର୍କ ଅନ୍ତର୍ଗତ ସେଙ୍କେଓ୍ୱେକେ ସେଣ୍ଟରକୁ ପିଲା ଗରିଲାକୁ ନିଆଯାଇ ଲାଳନପାଳନ କରାଯାଇଥିଲା । ଏହି ସେଙ୍କେଓ୍ୱେକେ ସେଣ୍ଟର ହେଉଛି ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ଅନାଥ ଗରିଲାମାନଙ୍କୁ ରଖାଯାଇଥାଏ । କିନ୍ତୁ ୨୦୧୯ରେ ପାର୍କ ରେଞ୍ଜର ମାଥ୍ୟୁ ସମ୍ଭୁ ନାମକ ଜଣେ ବ୍ୟକ୍ତିଙ୍କ ସହିତ ସେଲ୍ଫି ନେବାପରେ ଇଣ୍ଟରନେଟ ସେନସେସନ ହୋଇ ଯାଇଥିଲା ନାଦାକସି ।

 

 କିନ୍ତୁ ଗତ କିଛି ଦିନ ହେବ ନାଦାକସିର ଶରୀର ଖୁବ୍‌ ଅସୁସ୍ଥ ହୋଇ ପଡ଼ିଥିଲା । ଅନେକ ଚେଷ୍ଟାପରେ ନାଦାକାସିର ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିଲାନାହିଁ । ଶେଷରେ ୨୬ ସେପ୍ୱେମ୍ବରରେ ନାଦାକାସି କେୟାରଟେକର  ବମାଙ୍କ କୋଳରେ ସବୁଦିନ ପାଇଁ ଆଖି ବୁଜିଦେଲା । ଗରିଲା ବମାଙ୍କ କୋଳରେ ଆଖି ବୁଜିଥିବା ଫଟୋ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ବମା କୁହନ୍ତି ନାଦାକସିର ସ୍ୱଭାବ ଏବଂ ଜ୍ଞାନ ପଶୁଙ୍କୁ ବୁଝିବା ଶିଖେଇ ଦେଇଥିଲା ।  ତେଣୁ ସେମାନଙ୍କ ସୁରକ୍ଷା ଆମର ଗୁରୁ ଦାୟିତ୍ୱ ହେବା ଉଚିତ୍‌ ମୁଁ ବୁଝି ଯାଇଥିଲି ।

Leave a Reply