spot_img

Latest Posts

ସତ୍ୟନଗର ଶଶ୍ମାନରେ ଜଳିଲା ଅଶୋକଙ୍କ ଜୁଇ

ଭୁବନେଶ୍ୱର: ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସତ୍ୟନଗର ଶଶ୍ମାନରେ ଜଳିଛି ଜୁଇ  ।  ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପୁରୀକୁ ଫଟୋ ଖବର ସଂଗ୍ରହ ପାଇଁ ଯାଉଥିବା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ସଡକ ଦୁର୍ଘଟଣାରେ ପରଲୋକ ଘଟିଥିଲା। ସାକ୍ଷୀଗୋପାଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମତ ଘୋଷଣା କରିଥିଲେ।

ମୃତ୍ୟୁ ବେଳକୁ ଆଶୋକ ପଣ୍ଡାଙ୍କୁ ୫୭ ବର୍ଷ ହୋଇଥିଲା। ଜଣାଶୁଣା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକଙ୍କ ଅକାଳ ବିୟୋଗରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଶୋକ ପ୍ରକାଶ କରିଥିଲେ  । ହସ୍ପିଟାଲରେ ତାଙ୍କର ଶେଷ ଦର୍ଶନ କରିଥିଲେ ବହୁ ମାନ୍ୟଗନ୍ୟ ନେତା, ସାମ୍ବାଦିକ, ପୋଲିସ ଅଧିକାରୀ ଓ ସମାଜସେବୀ ।

ଅଶୋକ ଦୈନିକ ଖବର କାଗଜ ‘ସମୟ’ ସହିତ ଦୀର୍ଘ ବର୍ଷ ହେଲା ଜଡ଼ିତ ଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ମଞ୍ଚେଶ୍ବର ସ୍ଥିତ ‘ସମୟ’ ଅଫିସ କୁ ନିଆଯାଇଥିଲା । ସତ୍ୟନଗର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଅଶୋକଙ୍କ କୁନିଝିଅ ମୁଖାଗ୍ନି ଦେଇଥିବା ବେଳେ ପରିବାର ପକ୍ଷରୁ ତାଙ୍କର ଚକ୍ଷୁଦାନ କରାଯାଇଛି।

Latest Posts

Don't Miss