ଭୁବନେଶ୍ୱର: ଇତିହାସ ପୃଷ୍ଠାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ସାକ୍ଷୀ ରହିଲା ସମ୍ବଲପୁର । ବିକାଶ..ବିକାଶ..ବିକାଶ । ତିଆରି ହେଲା ନୀଳ ନକ୍ସା । ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କ’ଣ ଜରୁରୀ ବାହାରିଲା ନିଷ୍କର୍ଷ । ଆମ ସ୍ୱାଧୀନତା ସଂଗ୍ରାମ, ଓଡ଼ିଆ ସିନେମା ଓ ମହିଳା ସଶକ୍ତିକରଣକୁ ପଶ୍ଚିମ ଓଡ଼ିଶାର ସ୍ୱର୍ଣ୍ଣିମ ଅବଦାନ ବିଷୟରେ ହେଲା ଚର୍ଚ୍ଚା ।

ମଞ୍ଚ ଥିଲା ’ଦହନା’ ଆୟୋଜକ ଥିଲେ ’ଦୈନିକ ସକାଳ’ ଓ ’ନନ୍ଦିଘୋଷ ଟିଭି’ । ପଶ୍ଚିମାଞ୍ଚଳ ମାଟିର ପ୍ରତିଭାଙ୍କୁ ମଞ୍ଚରେ ମିଳିଲା ସମ୍ମାନ ଓ ସମ୍ବର୍ଦ୍ଧନା । ’ଦହନା’ ପାଇଁ ’ଦୈନିକ ସକାଳ’ ଓ ’ନନ୍ଦିଘୋଷ ଟିଭି’କୁ ସବୁଆଡ଼େ ଏବେ ଭୂରି ଭୂରି ପ୍ରଶଂସା । ଦେଖନ୍ତୁ ’ଦହନା’ର ଏହି ଫଟୋ ଆଲବମ୍ ।