ରାଜନେତା ଓ ସାମ୍ବାଦିକଙ୍କ ସହ ବହୁ ଭିଭିଆଇପିଙ୍କ ଫୋନ୍ ହ୍ୟାକ୍ ଅଭିଯୋଗ

ନୂଆଦିଲ୍ଲୀ: ଅନେକ ଭାରତୀୟ ମନ୍ତ୍ରୀ, ରାଜନେତା, ବିରୋଧୀ ଦଳ ନେତା, ସାମ୍ବାଦିକ, ବୈଜ୍ଞାନିକଙ୍କ ସମେତ ବ୍ୟବସାୟୀଙ୍କ ଫୋନ ନମ୍ବର ହ୍ୟାକ ହୋଇଥିବା ଜଣାପଡିଛି। ଇସ୍ରାଏଲୀ ସ୍ପାଇ ୱେୟାର ପେଗାସସ ଦ୍ୱାରା ଅନେକ ଫୋନ ନମ୍ବର ହ୍ୟାକ ହେବା ଖବର ପ୍ରକାଶ ପାଇବା ପରେ ଦେଶରେ  ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସେପଟେ ଏହି ସ୍ପାଇ ୱେୟାର କେବଳ ସରକାର ବ୍ୟବହାର କରିପାରିବାର ବ୍ୟବସ୍ଥା ଥିବା ବେଳେ, ଶତାଧିକ ଫୋନ ନମ୍ବର କିପରି ହ୍ୟାକ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ। ହ୍ୟାକ ହୋଇଥିବା ଫୋନ ନମ୍ବରରେ ମଧ୍ୟ ସାମିଲ ରହିଛି ଅନେକ ଆଇନଜୀବୀ, ସରକାରୀ କର୍ମଚାରୀ, ସାମାଜିକ କର୍ମୀଙ୍କ ସମେତ ୩୦୦ରୁ ଅଧିକ ନମ୍ବର। ଏହି ଡାଟାବେସରେ ଥିବା ତାଲିକାରେ ୪୦ରୁ ଅଧିକ ସାମ୍ବାଦିକ, ୩ ପ୍ରମୁଖ ବିରୋଧୀ ଦଳ ନେତା, ଜଣେ ସାମ୍ବିଧାନିକ ବିଶେଷଜ୍ଞ, ଦୁଇ କେନ୍ଦ୍ରମନ୍ତ୍ରୀ, ନିରାପତ୍ତା ସଂଗଠନର କିଛି ପୂର୍ବତନ ଓ ବର୍ତ୍ତମାନର ଅଫିସରଙ୍କ ନମ୍ବର ରହିଛି।

ଦି ଓୟାର ପକ୍ଷରୁ ପ୍ରକାଶିତ ଖବରରେ କୁହାଯାଇଛି, କେଉଁ କେଉଁ ବ୍ୟକ୍ତିଙ୍କ ନମ୍ବର ହ୍ୟାକ କରାଯାଇଛି ତାହାକୁ କିଛି ଦିନ ମଧ୍ୟର ପ୍ରକାଶ କରାଯିବ। ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଫୋନ ନମ୍ବର ମଧ୍ୟ ହ୍ୟାକ କରାଯାଇଥିବା ସୂଚନା ମିଳିଛି। ଏସମସ୍ତ ବ୍ୟକ୍ତିଙ୍କ ନମ୍ବରକୁ ୨୦୧୮ରୁ ୨୦୧୯ ମଧ୍ୟରେ ଟାର୍ଗେଟ କରାଯାଇଥିଲା । ଦି ଓୟାରର ରିପୋର୍ଟ ଅନୁଯାୟୀ, ଯଦିଓ ଡାଟାବେସରେ ଏହି ସବୁ ନମ୍ବର ରହିଛି ତେବେ ସମସ୍ତ ନମ୍ବର ଯେ ହ୍ୟାକ କରାଯାଇଛି ତାହାର ଯଥେଷ୍ଟ ପ୍ରମାଣ ମିଳିନାହିଁ । ଏହି ଅଭିଯୋଗକୁ ପେଗାସସ ସଫ୍ଟୱେୟାର ବିକ୍ରି କରୁଥିବା ଇସ୍ରାଏଲୀ କମ୍ପାନୀ ଏନଏସଓ ଗ୍ରୁପ ଅଗ୍ରାହ୍ୟ କରିଛି । କେବଳ ସରକାରଙ୍କୁ ହିଁ ଏହି ସଫ୍ଟୱେୟାର ବିକ୍ରି କରାଯାଇଥାଏ।

Pakistan Hackers Helping China In Suspected Operation Sidecopy Cyber Attacks On India

କମ୍ପାନୀର କହିବାନୁଯାୟୀ, ହ୍ୟାକ୍ ନେଇ ଆସିଥିବା ଅଭିଯୋଗ ଅମୂଳକ। ଏହି ଅଭିଯୋଗ ବିରୋଧରେ ମାନହାନି ମୋକଦ୍ଦମା କରିବାକୁ କମ୍ପାନୀ ଚିନ୍ତା କରୁଛି । ଦି ୱେୟାର ୱେବସାଇଟରେ ଦର୍ଶାଯାଇଛି ଯେ ପେଗାସସ ସ୍ପାଇୱେୟାର ଜରିଆରେ ଫୋନ ନମ୍ବର ଟାର୍ଗେଟ କରାଯାଇଥିବା ନେଇ ଫରେନସିକ ଟେଷ୍ଟରୁ ସ୍ପଷ୍ଟ ହୋଇଛି। ଆପଲ ଫୋନରେ ଏହି ସ୍ପାଇ ୱେୟାର ବ୍ୟବହାର ସହଜ ହୋଇଥାଏ । ପ୍ୟାରିସସ୍ଥିତ ଫରବିଡେନ ଷ୍ଟୋରିଜ ଓ ଆମେନଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏହି ତଥ୍ୟ ପ୍ରକାଶ ପାଇବା ପରେ ବିଶ୍ୱବ୍ୟାପୀ ଖବର ପ୍ରସାରିତ ହୋଇଛି ।

Commissionerate Police Issued Helpline For Reporting Cyber Crime

କେବଳ ଭାରତ ନୁହେଁ, ଆଜରବୈଜନ, ବାହାରିନ, ହଙ୍ଗେରୀ, କାଜାଖସ୍ତାନ, ମେକ୍ସିକୋ, ରୁଆଣ୍ଡା, ସାଉଦିଆରବ, ମରକୋ, ୟୁଏଇର ମଧ୍ୟ ଅନେକ ଫୋନ ନମ୍ବରକୁ ବି ଟାର୍ଗେଟ କରାଯାଇଛି । ସେପଟେ ଏହି ଗୁରୁତର ଅଭିଯୋଗକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଖଣ୍ଡନ କରିଛି । ଅପରପକ୍ଷେ ଦି ୱେୟାରର ପ୍ରତିଷ୍ଠାତା ସମ୍ପାଦକ ଏମ.କେ. ବେଣୁ କହିଛନ୍ତି, ଆସନ୍ତା କିଛି ଦିନ ମଧ୍ୟରେ ହ୍ୟାକ ହୋଇଥିବା ନମ୍ବର ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯିବ ।

Leave a Reply