ଶପଥ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍

ନୂଆଦିଲ୍ଲୀ : ଆଜି ଏନଡିଏ ସଂସଦୀୟ ଦଳର ନେତା ତଥା ଲଗାତାର ୩ୟ ଥର ପ୍ରଧାନମନ୍ତ୍ରୀ ପଦବୀରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ । ଏହା ମଧ୍ୟରେ ନେତା ମାନଙ୍କୁ କ୍ୟାବିନେଟରେ ସାମିଲ ହେବାକୁ ଫୋନ କଲ୍ ଆସିବା ଆରମ୍ଭ ହୋଇ ଗଲାଣି । ସୂଚନା ଅନୁସାରେ ଅମିତ ଶାହ, ନୀତିନ ଗଡ଼କରୀଙ୍କୁ ଫୋନ କଲ୍ ଆସି ସାରିଛି । ରାଜନାଥ ସିଂ, ପ୍ରହଲ୍ଲାଦ ଯୋଶୀ, ଟିଡିପି ସାଂସଦ ରାମମୋହନ ନାଇଡୁ, ଜୀତନ ରାମ ମାଝୀ, ଜୟନ୍ତ ଚୌଧୁରୀ , ଅନୁପ୍ରିୟା ପଟେଲ, ପି ଚନ୍ଦ୍ରଶେଖର ସୁଦେଶ ମହତେ, ଏଚ୍ ଡି କୁମାର ସ୍ୱାମୀ ଆଦିଙ୍କୁ କ୍ୟାବିନେଟରେ ଶପଥ ନେବାକୁ ଫୋନ କଲ୍ ଆସିଥିବା ସୂଚନା ମିଳିଛି ।
ସର୍ବାନନ୍ଦ ସୋନୱଲ,ଏସ୍ ଜୟଶଙ୍କର, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଚିରାଗ ପାଶ୍ଵାନ, ଶିବରାଜ ସିଂହ ଚୌହାନ, ଚନ୍ଦ୍ରଶେଖର ପ୍ରେମାସାନି, ଲଲନ ସିଂହ, ରାମନାଥ ଠାକୁର ପ୍ରମୁଖଙ୍କୁ ଆଜି ପିଏମଓ ପକ୍ଷରୁ ଫୋନ୍ କଲ୍ ଆସିଥିଲା। ସମ୍ଭାବ୍ଯ କେନ୍ଦ୍ରମନ୍ତ୍ରୀମାନଙ୍କୁ ମୋଦିଙ୍କ ସରକାରୀ ବାସଭବନକୁ ଡକା ଯାଇଥିଲା। ସମସ୍ତଙ୍କୁ ଚା ପାନ ପାଇଁ ଡାକିଥିଲେ ମୋଦି। ମନ୍ତ୍ରିମଣ୍ଡଳରେ ଏମାନେ ସମସ୍ତେ ସାମିଲ ହେବାର ସମ୍ଭାବନା ଅଛି।