ଫିଲିପାଇନ୍ସର ଲକ୍ ଡାଉନ୍ ନୀତିକୁ ଭାରତ ଆନୁସରଣ କରିବା ଉଚିତ୍ କି ?
1 min readମାନିଲା: କରୋନାଠାରୁ ବର୍ତ୍ତିବା ଲାଗି ଏକମାତ୍ର ବିକଳ୍ପ ସଚେତନତା। ଯାହାପାଇଁ ସବୁ ଦେଶ ଲକଡାଉନକୁ ଆପଣାଇଛନ୍ତି । କିନ୍ତୁ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଗମ୍ଭିରତା ସହ ନେଉ ନାହାଁନ୍ତି । ଲକଡାଉନକୁ ହାଲୁକାରେ ନେଉଥିବା ଲୋକଙ୍କ ପାଇଁ ଗୋଟିଏ ଦେଶର ରାଷ୍ଟ୍ରପତିଙ୍କ ବାର୍ତ୍ତା ସୁଧୁରି ଯାଅ,ନହେଲେ ମର । ଲକଡାଉନ୍ ବେଳେ ରାସ୍ତାରେ ବୁଲି ସୋସିଆଲ ଡିଷ୍ଟାନ୍ସକୁ ମାନୁନଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେହି ଦେଶର ସର୍ବୋଚ୍ଚ ଶାସକ ।
ଲକଡାଉନରେ ଘରେ ରହିବା ସହିତ ସାମାଜିକ ଦୂରତ୍ଵ ରକ୍ଷା କଲେ କରୋନାଠାରୁ ବିଜୟ ମିଳିପାରିବ। ତେଣୁ ଲକଡାଉନ ଏକମାତ୍ର ସମାଧାନ । ଏହି ପରିସ୍ଥିତି କେବଳ ଭାରତରେ ନୁହେଁ, ଅନ୍ୟ ଦେଶରେ ବି ସମାନ ସ୍ଥିତି। ତେଣୁ ଲକ୍ଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ଏହାକୁ ଉଲ୍ଲଂଘନ କଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ ।
ସେ ତାଙ୍କ ସରକାର, ପୁଲିସ ଏବଂ ପ୍ରଶାସନକୁ କହିଛନ୍ତି ଯେ, ଯିଏ କରୋନା ଭୂତାଣୁ ପାଇଁ ଲାଗୁ ହୋଇଥିବା ଲକ୍ଡାଉନ ନିୟମ ପାଳନ କରୁନାହାଁନ୍ତି ଏବଂ ସମସ୍ୟା ସୃଷ୍ଟି କରୁଛନ୍ତି, ସେମାନଙ୍କୁ ତୁରନ୍ତ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେ ଦେଶବାସୀଙ୍କୁ କହିଛନ୍ତି, ବର୍ତ୍ତମାନ ସମୟରେ ସରକାରଙ୍କ ଆଦେଶକୁ ପାଳନ କର । କୌଣସି ସ୍ୱାସ୍ଥ୍ୟକର୍ମୀ, ଡାକ୍ତରଙ୍କୁ କ୍ଷତି ପହଞ୍ଚାଅ ନାହିଁ। ଏଭଳି କଲେ ତାହା ଗମ୍ଭୀର ଅପରାଧ ହେବ। ଏଥିପାଇଁ ମୁଁ ପୁଲିସ ଏବଂ ସୁରକ୍ଷା କର୍ମୀଙ୍କୁ ଆଦେଶ ଦେଉଛି ଯେ ଯେଉଁମାନେ ଲକ୍ଡାଉନରେ ସମସ୍ୟା ସୃଷ୍ଟି କରିବେ ତାଙ୍କୁ ତୁରନ୍ତ ଗୁଳି କରିଦିଅ।
ତେବେ ରୋଡ୍ରିଗୋ ଏଭଳି ବିବାଦୀୟ ଆଦେଶ ଦେବା ପ୍ରଥମ ଘଟଣା ନୁହେଁ। ୨୦୧୬-୧୭ରେ ବି ସେ ଡ୍ରଗ୍ସ ବ୍ୟବସାୟୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ସିଧା ଗୁଳି କରିଦେବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ।