spot_img

Latest Posts

ମେଡିକାଲ୍ ଛାତ୍ରଛାତ୍ରୀଙ୍କୁ ଏଣିକି ସାପ୍ତାହିକ ଛୁଟି ସହ ମିଳିବ କାଜୁଆଲ୍ ଛୁଟି

ନୂଆଦିଲ୍ଲୀ: ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କୁ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି NMC। ଏଣିକି ସାପ୍ତାହିକ ଛୁଟି ବ୍ୟତୀତ, କାଜୁଆଲ୍ ଛୁଟି ମଧ୍ୟ ପାଇବେ। ଏହା ଅଧୀନରେ, ସାପ୍ତାହିକ ଛୁଟି ସହିତ, ସେମାନେ ଗୋଟିଏ ବର୍ଷ ମଧ୍ୟରେ ୨୦ଟି କାଜୁଆଲ୍ ଛୁଟି ପାଇବେ।

ଦୀର୍ଘ ଦିନ ଧରି ଡାକ୍ତରଙ୍କ କାର୍ଯ୍ୟ ସମୟ ନିର୍ଣ୍ଣୟ ପାଇଁ  ଦାବି ହୋଇଆସୁଛି। ଏହି ନୂଆ ନିଷ୍ପତ୍ତି ପରେ ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ କାର୍ଯ୍ୟ ସହ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବେ।

ତେବେ ଏନଏମସି ଅନୁଯାୟୀ, ଛାତ୍ରଛାତ୍ରୀ ମାନଙ୍କୁ ‘ଯୁକ୍ତିଯୁକ୍ତ କାର୍ଯ୍ୟ ସମୟ’ ଦିଆଯିବ ଏବଂ ସେମାନେ ବିଶ୍ରାମ ପାଇଁ ମଧ୍ୟ ଉପଯୁକ୍ତ ସମୟ ପାଇବେ। ରିପୋର୍ଟ ଅନୁଯାୟୀ, ଏନଏମସି ପିଜି ଛାତ୍ରମାନେ ଅତି କମରେ ତିନିମାସ ଜିଲ୍ଲା ଡାକ୍ତରଖାନାରେ କାର୍ଯ୍ୟ କରିବେ । ଏହା ସେମାନଙ୍କ ପାଠ୍ୟକ୍ରମ ଅନ୍ତର୍ଗତ।

କେବଳ ଏତିକି ନୁହେଁ, ଏଣିକି ପିଜି ପାଠ୍ୟକ୍ରମରେ ଆଡମିଶନ ପାଇଁ କାଉନସେଲିଂର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନରେ କରାଯିବ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହାଦ୍ୱାରା କୌଣସି ଦୁର୍ନୀତି ଘଟିବ ନାହିଁ।

Latest Posts

Don't Miss