ପୁଣି ବଢ଼ିଲା ଗ୍ୟାସ୍ ଦର; କମର୍ସିଆଲ ସିଲିଣ୍ଡର ପିଛା ୧୦୦ ଟଙ୍କା ବୃଦ୍ଧି

1 min read

ନୂଆଦିଲ୍ଲୀ: ଡିସେମ୍ବର ପହିଲାରୁ ପେଟ୍ରୋଲିୟମ କମ୍ପାନୀ ସାଧାରଣ ଲୋକଙ୍କୁ ଦେଇଛି ଏକ ବଡ଼ ଝଟକା । ଦେଶରେ କମର୍ସିଆଲ ସିଲିଣ୍ଡର ଦର ୧୦୦ ଟଙ୍କା ବୃଦ୍ଧି ପାଇଛି । ଯାହା ଫଳରେ ରେଷ୍ଟୁରାଣ୍ଟରେ ଖାଇବା ମହଙ୍ଗା ହୋଇପାରେ । ଆଜି ଏଲପିଜି ସିଲିଣ୍ଡରରେ ୧୦୦ ଟଙ୍କା ବୃଦ୍ଧି ପରେ ଏବେ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୨୧୦୧ ଟଙ୍କା ରହିଛି । ଗତ ମାସରେ ଏହାର ମୂଲ୍ୟ ୨୦୦୦.୫୦ ଟଙ୍କା ଥିଲା । ଯଦିଓ ଘରୋଇ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରରେ ଦର ବୃଦ୍ଧି ହୋଇନାହିଁ, କିନ୍ତୁ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି ।

ବାସ୍ତବରେ ଘରେ ବ୍ୟବହାର ହେଉଥିବା ଗ୍ୟାସ ସିଲିଣ୍ଡରର ମୂଲ୍ୟ ଏବଂ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପୂର୍ବରୁ ହିଁ ଅଧିକ ରହିଛି । ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧିକୁ ନେଇ କିଛି ରାଜନେତା କହିଛନ୍ତି କି ପେଟ୍ରୋଲ ଏବଂ ଡିଜେଲ ଉପରୁ ଏକ୍ସସାଇଜ୍ ଟ୍ୟାକ୍ସ ହ୍ରାସ କରିବା ଫଳରେ ପେଟ୍ରୋଲ-ଡିଜେଲ ଦର କମିଥିଲା । ତେବେ ବର୍ତ୍ତମାନ ନରେନ୍ଦ୍ର ମୋଦି ଏଲପିଜି ଦର ହ୍ରାସକୁ ନେଇ କିଛି ପଦକ୍ଷେପ ନେବା ଦରକାର । ଯାହା ଦ୍ବାରା ଏଲପିଜି ମୂଲ୍ୟ ହ୍ରାସ ହେବ । ତେବେ ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତରପ୍ରଦେଶ, ପଞ୍ଜାବ ସହ ୫ ରାଜ୍ୟରେ ବିଧାନସଭା ନିର୍ବାଚନ । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ଏଲପିଜି ଗ୍ୟାସ ଦର କମ୍ ହେବ ବୋଲି ସାଧରଣ ଲୋକ ଆଶା କରିଥିଲେ । କିନ୍ତୁ ଦର କମ୍ କରିବା ପରିବର୍ତ୍ତେ ବୃଦ୍ଧି ହୋଇଛି ।

କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ଲଗାତର ଭାବରେ ବୃଦ୍ଧି ହେଉଛି ।  ଗତ ମାସରେ ୨୬୬ ଟଙ୍କା ବୃଦ୍ଧି ପାଇଥିଲା । ତେବେ ଆଜି ବୃଦ୍ଧି ପାଇଥିବା ଦର ସହ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୨୧୦୧ ଟଙ୍କା ହୋଇଛି । ସେହିପରି ଭାବରେ କୋଲାକାତାରେ ୨୧୭୭, ମୁମ୍ବାଇରେ ୨୦୫୧ ଏବଂ ଚେନ୍ନାଇରେ ୨୨୩୪ ଟଙ୍କା ରହିଛି ।

Leave a Reply