ଏବେ ଅନଲାଇନରେ ଖୋଲି ପାରିବେ ଅଟଳ ପେନସନ ଯୋଜନା ଖାତା
1 min read
ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ସହଜ ହେଉଛି ସେବା । ଏଣିକି ଅନଲାଇନରେ ଆପଣ ବି ଖୋଲି ପାରିବେ ଅଟଳ ପେନସନ ଯୋଜନାରେ ଆକାଉଣ୍ଟ । ଏଥିଫାଇଁ ପେନସନ୍ ଫଣ୍ଡ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ ପଦକ୍ଷେପ ନେଇଛନ୍ତି । ଅନଲାଇନ୍ ଆଧାର ଇ-କେୱାଇସି ଦ୍ୱାରା ଆକାଉଣ୍ଟ ଖୋଲି ହେବ । ପୂର୍ବରୁ କେୱାଇସି ପାଇଁ ବ୍ୟାଙ୍କ ଯିବାକୁ ପଡ଼ୁଥିଲା ।
କେମିତି ଉଠାଇବେ ଲାଭ ?
୧୮ ବର୍ଷରୁ ଊର୍ଦ୍ଧ୍ୱ ଓ ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନାରେ ୬୦ ବର୍ଷ ବୟସ ପରେ ଏକ ହଜାର ଟଙ୍କାରୁ ୫ ହଜାର ଟଙ୍କା ଯାଏଁ ମାସିକ ଭତ୍ତା ମିଳିଥାଏ । ଆପଣ ଭରିଥିବା କିସ୍ତି ଅନୁସାରେ ମାସିକ ଭତ୍ତା ମିଳେ । ୧୮ ବର୍ଷରୁ ନିବେଶ କଲେ ଆପଣଙ୍କୁ ମାସିକ ମାତ୍ର ୪୨ ଟଙ୍କା ଦେବାକୁ ପଡ଼ିବ ।
ବୀମାଭୁକ୍ତଙ୍କ ମୃତ୍ୟୁ ପରେ ପତି କିମ୍ବା ପତ୍ନୀଙ୍କୁ ଆଜୀବନ ପେନସନ ମିଳିଥାଏ । ପରେ ଉଭୟଙ୍କ ମୃତ୍ୟୁ ପରେ ପେନସନର ପୂରା ରାଶି ନୋମିନିଙ୍କୁ ମିଳିଥାଏ । ପିଏଫ୍ଆରଡିଏ ଅନୁସାରେ, ୨୦୨୧ ସେପ୍ଟେମ୍ବର ସୁଦ୍ଧା ଅଟଳ ପେନସନ ଯୋଜନାରେ ଗ୍ରାହକଙ୍କ ସଂଖ୍ୟା ୩୨.୧୩ ପ୍ରତିଶତ ବୃଦ୍ଧି ପାଇ ୩୧୨.୯୪ ଲକ୍ଷରେ ପହଞ୍ଚିଛି ।