ଡେଲ୍ଟା ଭାରିଆଣ୍ଟ ବିରୋଧରେ କାମ କରୁନି ଫାଇଜର ଟିକା

ନୂଆଦିଲ୍ଲୀ: କରୋନା ଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ କାମ କରୁନି ଫାଇଜର ଟିକା । ଯେଉଁମାନଙ୍କଠାରେ କରୋନାର ଡେଲଟା ଭାରିଆଣ୍ଟ ଠାବ ହୋଇଛି, ସେମାନେ ଫାଇଜର ଟିକା ନେବା ପରେ ବି ୫ ଗୁଣା କମ୍ ଆଣ୍ଟିବଡି ତିଆରି ହେଉଛି । ଫାଇଜରର ଟିକାର ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି କରୋନାର ମୂଳ ଭାଇରସ ତୁଳନାରେ ଡେଲଟା ଭାରିଆଣ୍ଟ କ୍ଷେତ୍ରରେ ଏଭଳି ଦୁର୍ବଳ ପ୍ରଦର୍ଶନ କରୁଛି । ଆଗାମୀ ଦିନରେ ଟିକା ନିର୍ମାତା ଫାଇଜର ଓ ବାଇୟୋନ ଟେକ୍ କମ୍ପାନୀ ଏହାର ବୁଷ୍ଟର ଡୋଜ୍ ସମ୍ପର୍କରେ ଯୋଜନା କରୁଛି । ଏହି ସର୍ଭେ ରିପୋର୍ଟ ଅନୁସାରେ କରୋନାର ମୂଳ ଭାରିଆଣ୍ଟ ବିରୋଧରେ ଫାଇଜର ଗୋଟିଏ ଡୋଜ୍ ଟିକା ୭୯ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ତିଆରି କରିପାରୁଥିଲା । କିନ୍ତୁ ଆଲଫା ଭାରିଆଣ୍ଟ କ୍ଷେତ୍ରରେ ଏହା ମାତ୍ର ୫୦ ପ୍ରତିଶତ, ଡେଲଟା କ୍ଷେତ୍ରରେ ୩୨ ପ୍ରତିଶତ ଏବଂ ବେଟା ଭାରିଆଣ୍ଟ କ୍ଷେତ୍ରରେ ୨୫ ପ୍ରତିଶତ ଆଣ୍ଟିବଡ଼ି ତିଆରି କରିପାରୁଛି ।

ଏଥିସହିତ ପଢ଼ନ୍ତୁ: ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ଉଦ୍ଭାବନ: ଆପ୍ ଜରିଆରେ ଜାଣି ହେବ କରୋନା ସମ୍ପର୍କିତ ସବୁ ସୂଚନା

Leave a Reply