ବ୍ରିଟେନ୍‌ ଷ୍ଟ୍ରେନ୍‌କୁ ମାତ୍ ଦେବାକୁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ଫାଇଜର ଟିକା: ବିଶେଷଜ୍ଞ

Know How Other Vaccinating People In World

ନୂଆଦିଲ୍ଲୀ: ବ୍ରିଟେନ୍‌ ଷ୍ଟ୍ରେନ୍‌କୁ ମାତ୍ ଦେବାକୁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ଫାଇଜର ଟିକା । ଆମେରିକାର ଫାର୍ମା କମ୍ପାନୀ ଫାଇଜର ଓ ଜର୍ମାନ କମ୍ପାନୀ ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କରିଥିବା ଟିକା ନୂଆ ଭୂତାଣୁକୁ ମାତ୍ ଦେଇପାରିବ । ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ହାଇଲି ଟ୍ରାନ୍ସମିଶେବଲ୍ କରୋନା ଭୂତାଣୁ ଉପରେ ଏହି ଟିକା ପ୍ରଭାବ ପକାଉଥିବା ବିଶେଷଜ୍ଞମାନେ କହିଛନ୍ତି । ନୂଆ ଭୂତାଣୁ ସମେତ କରୋନାର ୧୬ଟି ନୂଆ ମୁଟେଶନକୁ ମାତ୍ ଦେବାକୁ ଏହି ଟିକା ସକ୍ଷମ ବୋଲି କ୍ଲିନିକାଲ ଟ୍ରାଏଲ ବେଳେ ଜଣାପଡ଼ିଥିବା ଫାର୍ମା କମ୍ପାନୀ ସୂଚନା ଦେଇଛି ।

ଅନ୍ୟପକ୍ଷରେ ଆଜି ସାରା ଦେଶରେ ପୁଣି ଥରେ ହୋଇଛି କରୋନା ଟିକାର ଡ୍ରାଏ ରନ୍‌ । ଦେଶର ୭୩୬ ଜିଲ୍ଲା ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌ ଆରମ୍ଭ ହୋଇଛି । ଏଥିସହ ରାଜ୍ୟର ସବୁ ଜିଲ୍ଲା ଓ ମ୍ୟୁନିସିପାଲଟି ଅଞ୍ଚଳରେ ସକାଳ ୧୦ଟାରୁ ୧୨ଟା ଯାଏଁ ଡ୍ରାଏ ରନ୍ କରାଯିବ । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲରେ ମଧ୍ୟ ଏହି ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି ।

ପ୍ରତିଜିଲ୍ଲାର ୩ଟି ସେଣ୍ଟରରେ ଏହି ଡ୍ରାଏରନ୍ ବ୍ୟବସ୍ଥା କରାଯାଇଛି । ଡ୍ରାଏରନ୍ ବେଳେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୦ଜଣ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । କରୋନା ଟିକାକରଣ ବେଳେ କେଉଁ କେଉଁ ଦିଗ ପ୍ରତି ଅଧିକ ସର୍ତକତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏହି ଡ୍ରାଏରନ୍ ବେଳେ ତଦାରଖ କରାଯିବ । ଟିକାକରଣ ବେଳେ ସଂରକ୍ଷଣ ଓ ଟିକା ପ୍ରଦାନକୁ ସଠିକ ଭାବରେ ଯାଞ୍ଚ କରାଯିବା ବ୍ୟବସ୍ଥା ଗ୍ରହଣ କରାଯିବ ।

Leave a Reply