ମାସେ ଯାଏଁ ଫ୍ରିଜରେ ଷ୍ଟୋର ହୋଇ ରହିପାରିବ ଫାଇଜର ଟିକା

1 min read

ନୂଆଦିଲ୍ଲୀ: କରୋନା କାଳରେ ଭ୍ୟାକ୍ସିନ ଭରସା । କିନ୍ତୁ ଭ୍ୟାକ୍ସିନକୁ ନେଇ ରହିଛି ଅନେକ ସର୍ତ୍ତ । ଟିକାର ଟ୍ରାନସପୋର୍ଟେସନ ଠାରୁ ପ୍ରିଜର୍ଭେସନ ଆରମ୍ଭରୁ ମୁଣ୍ଡବିନ୍ଧାର କାରଣ ହୋଇଛି । କୋଉ ଭ୍ୟାକ୍ସିନ୍ ମାଇନସ ୧୮ ଡିଗ୍ରୀ ତାପମାତ୍ରାରେ ତ’ କାହାକୁ ମାଇନସ ୪ ଡିଗ୍ରୀରେ ରଖିବାକୁ ପଡୁଛି । ବିକଶିତ ରାଷ୍ଟ୍ରଙ୍କ ପାଖରେ କୋଲ୍ଡ ଷ୍ଟୋରେଜ ଚେନ୍ ଥିବାରୁ ସେମାନଙ୍କ ପାଇଁ ଏହା ବଡ ସମସ୍ୟା ନୁହେଁ କିନ୍ତୁ ତୃତୀୟ ବିଶ୍ୱର ଦେଶ ଯେମିତି ଭାରତ କିମ୍ବା ଆଫ୍ରିକାର ଗରିବ ଦେଶଙ୍କ ପାଇଁ ଭ୍ୟାକ୍ସିନକୁ ଠିକ୍ ତାପମାତ୍ରାରେ ସଂରକ୍ଷିତ ରଖିବା ବଡ ଚ୍ୟାଲେଂଜ୍ । କିନ୍ତୁ ଏହା ଭିତରେ ଗୋଟିଏ ଭଲ ଖବର ଆସିଛି । ଆଗକୁ ଭାରତ ଆସୁଥିବା ଫାଇଜର ଟିକାକୁ ନେଇ ଏହି ଖବର । ଫାଇଜର ଟିକାକୁ ସୁରକ୍ଷିତ ରଖିବା ପାଇଁ କୋଲ୍ଡ ଚେନରେ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ଫାଇଜର ଟିକାକୁ ସୁରକ୍ଷିତ ଭାବେ ଆପଣଙ୍କ ଘରେ ଥିବା ସାଧାରଣ ଫ୍ରିଜରେ ମଧ୍ୟ ରଖି ହେବ । ତା’ ପୁଣି ଦିନେ ଦୁଇ ଦିନ ପାଇଁ ନୁହେଁ ଗୋଟିଏ ମାସ ପର୍ଯ୍ୟନ୍ତ। ଏଭଳି ସୂଚନା ଦେଇଛି ୟୁରୋପୀୟ ସଂଘର ଡ୍ରଗ ରେଗୁଲେଟର ବୋର୍ଡ । ପୂର୍ବରୁ ଏହି ସମୟ ସୀମା କେବଳ ୫ ଦିନ ଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇ ଏକ ମାସ କରାଯାଇଛି । ବନ୍ଦ ଭାୱେଲ ଟିକାରେ ଏହି ପରିବର୍ତ୍ତନ କରାଯାଇଛି । ବନ୍ଦ ଭାୱେଲ ଭିତରେ ଥିବା ଭ୍ୟକସିନ ୨ରୁ ୮ ଡିଗ୍ରୀ ସେଲସିୟସ ତାପାମାତ୍ରା ମଧ୍ୟରେ ଫ୍ରିଜ୍ ଭିତରେ ୫ ଦିନରୁ ଏକ ମାସ ପର୍ଯ୍ୟନ୍ତ ଷ୍ଟୋର କରି ରଖାଯାଇପାରିବ। ପୂର୍ବରୁ ଏହାକୁ ୭୦ରୁ ୮୦ ଡିଗ୍ରୀ ସେଲସିୟସ ମଧ୍ୟରେ ସଂରକ୍ଷିତ ରଖା ଯାଉଥିଲା । ହେଲେ ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ପୂର୍ବ ଭଳି ଭ୍ୟାକସିନର ପ୍ରଭାବ କରୋନା ଭାଇରସ ଉପରେ ବଳବତ୍ତର ରହିବ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ପୂର୍ବ ନିର୍ଦ୍ଧାରିତ ଷ୍ଟୋରେଜ ନିୟମରେ ପରିବର୍ତ୍ତନ କରା ଯାଇଥିବା ନେଇ ସୁଚନା ଦେଇଛି ୟୁରୋପୀୟାନ ମେଡିକାଲ ଏଜେନ୍ସି ।

କରୋନା ଭୂତାଣୁ ବିପକ୍ଷରେ ବେଶ ପ୍ରଭାବୀ ଫାଇଜର ଟିକା । ଟ୍ରାନ୍ସପୋର୍ଟ ଓ ଷ୍ଟୋରେଜକୁ ନେଇ ସମସ୍ୟା ଥିବା ଫଳରେ ଏହି ଟିକାର ବିତରଣକୁ ପ୍ରଭାବିତ କରୁଥିଲା । ବର୍ତ୍ତମାନ ଫାଇଜର ଟିକାକୁ ନେଇ ଥିବା ଟ୍ରାନ୍ସପୋର୍ଟ ଓ ଷ୍ଟୋରେଜ ସମସ୍ୟାକୁ ଏହା ଦ୍ବାରା ଦୂର କରାଯାଇ ପାରିବ । ଫାଇଜର ଭ୍ୟାକସିନ ଷ୍ଟୋରେଜ ଲାଗି ଉଚ୍ଚତାପମାନର ଆବଶ୍ୟକତା ଥାଏ । ଏଭଳି କିଛି କାରଣ ପାଇଁ ବିଭିନ୍ନ ଦେଶରେ ଫାଇଜର ଟିକାର ବିତରଣ ସେତେ ମାତ୍ରାରେ ହୋଇ ପାରୁ ନଥିଲା । ଆଷ୍ଟ୍ରାଜେନେକା ଟିକାକୁ ଅନେକ ଦେଶରୁ ଆସୁଛି ବ୍ଲଡ କ୍ଲଟ ଭଳି ସମସ୍ୟା । ଏହାକୁ ଦୃଷ୍ଟିରେ ରଖି ୟୁରୋପୀୟ ମେଡିକା ଏଜେନସି ବା EMA ନେଇ ଆସୁଥିବା ଆଷ୍ଟ୍ରାଜେନେକା ଟିକା ଉପରେ ଅସ୍ଥାୟୀ ରୂପେ ରୋକ ଲଗାଇଛି । ଏଥିସହ ଫାଇଜରର ଉତ୍ପାଦନ ବଢାଇବା ପାଇଁ ମଧ୍ୟ କହିଛି ବୋର୍ଡ ।

Big Decision Can Be Taken On First Day Of The New Year Regarding The Corona Vaccine

୧୨ରୁ ୧୫ ବର୍ଷ ବୟସର ପିଲାଙ୍କ ପାଇଁ ଫାଇଜର ଟିକା ଦେବା ପାଇଁ ଅନୁମତି ଦେଇଛି କାନାଡାରେ । ସାରା ବିଶ୍ବରେ ପ୍ରଥମ ଦେଶ ବାବେ କାନାଡା ଏହି ନିଷ୍ପତ୍ତି ନେଇଛି । ନିକଟରେ ଆମେରିକା ଫାଇଜର ଟିକାର ଟ୍ରାନ୍ସପୋର୍ଟ ନିୟମରେ କିଛିଟା ପରିବର୍ତ୍ତନ କରିଛି । ୧୫ରୁ ୨୫ ଡିଗ୍ରୀ ସେଲସିୟସ ଫାଇଜର ଟିକାକୁ ୨ ସପ୍ତାହ ଷ୍ଟୋର ଓ ଟ୍ରାନ୍ସପୋର୍ଟ କରିବାକୁ ଅନୁମତି ଦେଇଛି । ଫାଇଜର ଟିକାକୁ ବ୍ରିଟେନ, ଆମେରିକା, ୟୁକ୍ରେନ, ଇସ୍ରାଏଲ ସମେତ ୮୪ ଦେଶ ଅନୁମତି ଦେଇଛନ୍ତି । ୧୨ ସପ୍ତାହରେ ବ୍ୟବଧାନରେ ଏହି ଟିକାର ଦ୍ବିତୀୟ ଡୋଜ ଦିଆଯାଉଛି । ଫାଇଜର ଟିକା କରୋନା ବିଦ୍ଧରେ ୯୫ ପ୍ରତିଶତ ପ୍ରଭାବୀ ବୋଲି ଦାବି କରୁଛି କମ୍ପାନୀ ।

Leave a Reply