ନିଜ ନେତାଙ୍କ ଗିରଫଦାରୀର ପ୍ରତିଶୋଧ ନେବାକୁ PFIର ମିଶନ୍ ‘ବୟାଥିସ୍’

1 min read

ନୂଆଦିଲ୍ଲୀ: ବାରମ୍ବାର ଚଢାଉ ଓ ଛାମୁଁଆ ନେତାଙ୍କ ଗିରଫଦାରୀ ପରେ ବ୍ୟାକଫୁଟରେ ଅଛି ପିଏଫଆଇ । ବ୍ୟାକଫୁଟରେ ଥିବା ସଂଗଠନ ନିଜ କର୍ମୀଙ୍କ ମନୋବଳ ବଢାଇବା ପାଇଁ ଆକ୍ରମଣର ଯୋଜନା କରୁଛି । ପିଏଫଆଇ ପ୍ଲାନ୍ ବୟାଥିସ୍ ଉପରେ କାମ କରୁଛି । ମିଶନ ବୟାଥିସ୍ କ୍ରମରେ ପପୁଲାର ଫ୍ରଣ୍ଟ୍ ଆତ୍ମଘାତୀ ଆକ୍ରମଣ କରି ସରକାରଙ୍କୁ ଚେତାବନୀ ଦେବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି । ତେବେ ଏହି ମିଶନ ବୟାଥିସ୍ କ’ଣ ? ବୟାଥିସର ଅର୍ଥ କ’ଣ । ବୟାଥିସ୍ କ’ଣ ଓ ବୟାଥିସର ଅର୍ଥ କ’ଣ ତାହା ଜାଣିବା ଆଗରୁ ଜାଣିନିଅନ୍ତୁ ମହାରାଷ୍ଟରରୁ ମିଳିଥିବା ଗୋଟିଏ ଦସ୍ତାବିଜ୍ ବାବଦରେ ଯାହା ସୁରକ୍ଷା ଏଜେନ୍ସିଙ୍କ ଚିନ୍ତା ବଢାଇ ଦେଇଛି ।

ପ୍ଲାନ୍-୨୦୪୭
ମହାରାଷ୍ଟ ଏଟିଏସ୍ କୁ ମୁମ୍ବାଇର ଜଣେ ପିଏଫଆଇ କ୍ୟାଡରଠାରୁ ପ୍ଲାନ୍ ୨୦୪୭ ନାମକୁ ପୁସ୍ତିକା ମିଳିଥିଲା । ଏଥିରେ ପିଏଫଆଇ ଆଗାମୀ ବର୍ଷ ଗୁଡିକରେ କ’ଣ କରିବାକୁ ଚାହେଁ ତା’ ବାବଦରେ ବିସ୍ତୃତ ସୂଚନା ରହିଥିଲା । ଏହି ପୁସ୍ତିକା ଅନୁସାରେ ଭାରତକୁ ୨୦୪୭ ବେଳକୁ ମୁସଲିମ୍ ରାଷ୍ଟ୍ରରେ ପରିଣତ କରିବା ପିଏଫଆଇର ଲକ୍ଷ୍ୟ । ଏଥିପାଇଁ ଏହା ଏବେ ନିଜର ଏକ ନରମ ଇମେଜ୍ ତିଆରି କରିବାକୁ ତା’ର କର୍ମୀଙ୍କୁ ପରାମର୍ଶ ଦିଏ । ଦଳିତ ହିନ୍ଦୁଙ୍କୁ ନିଜ ପଟକୁ ନେଇ ଭାରତରେ ଅସ୍ତିରତା ସୃଷ୍ଟି ହେଉଛି ପିଏଫଆଇର ଲକ୍ଷ୍ଯ । ପିଏଫଆଇ ମୁସଲିମ ଯୁବକଙ୍କୁ ଇସଲାମିକ୍ ଷ୍ଟେଟ୍ ଭଳି ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ପ୍ରୋତ୍ସାହିତ କରିଥାଏ ।

ଆକ୍ରମଣ ଯୋଜନା କରୁଛି ପିଏଫଆଇ
ପିଏଫଆଇର ମାଷ୍ଟର ପ୍ଲାନ୍ ବାବଦରେ ତ’ ଜାଣିଲେ । ଏବେ ଆସନ୍ତୁ ଜାଣିବା ଆତଙ୍କ ସଂଗଠନର ମିଶନ୍ ବୟାଥିସ୍ କ’ଣ ? କୁହାଯାଉଛି ଯେ,ଯେଉଁଭଳି ଭାବେ ଏନଆଇଏ ଅଚାନକ ଚଢାଉ କରି ଏହା ଛାମୁଆଁ ନେତାଙ୍କୁ ଗିରଫ କରି ନେଇଛି । ସେଥିରେ ପିଏଫଆଇ କ୍ଷୁବ୍ଧ ହୋଇଛି । ତାକୁ ଲାଗୁଛି ଯେ, ଏହାର ପ୍ରଭାବ କର୍ମୀଙ୍କ ମନୋବଳ ହ୍ରାସ କରିବ । ତେଣୁ ପିଏଫଆଇ ମିଶନ୍ ବୟାଥିସ୍ ଆରମ୍ଭ କରିବାକୁ ଯାଉଛି । ପିଏଫଆଇ ବଡ଼ ଧରଣର ଆକ୍ରମଣ କରି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଁଛି । ପିଏଫଆଇ ପ୍ଲାନ୍ ଅନୁସାରେ ହିନ୍ଦୁବାଦୀ ଦଳ ଓ ଏହାର ନେତାଙ୍କୁ ଟାର୍ଗେଟ୍ କରାଯିବ । ଏହି ହିଂସାତ୍ମକ ଆକ୍ରମଣ ହିଁ ହେଉଛି ମିଶନ୍ ବୟାଥିସ୍ ।

ବୟାଥିସର ଅର୍ଥ କ’ଣ ?
ବୟାଥିସ ଏକ ଆରବୀ ଶବ୍ଦ । ଯାହାର ଅର୍ଥ ହେଉଛି ମୃତ୍ୟୁର ସୌଦାଗର ବା ଆତ୍ମଘାତୀ ଆକ୍ରମଣକାରୀ । ପିଏଫାଇ ଏହାର କ୍ୟାଡରଙ୍କୁ ଆତ୍ମଘାତୀ ସଜାଇ ବଡ଼ଧରଣର ଆକ୍ରମଣ ଯୋଜନା କରୁଛି । ତିହାଡ ଜେଲରେ ନିଜ ନେତାଙ୍କୁ ରଖାଯିବା ନେଇ ପିଏଫଆଇ କ୍ଷୁବ୍ଧ ଅଛି । ବୟାଥିସ୍ ଆକ୍ରମଣ ଆତ୍ମଘାତୀ ଆକ୍ରମଣ ହେବ । ଯେଉଁଥିରେ ଆକ୍ରମଣକାରୀ ମରିବ କିମ୍ବା ମାରିବା ଲକ୍ଷ୍ୟ ନେଇ ମୈଦାନକୁ ଆସିଥାଏ ।