EPFO ନିୟମରେ ପରିବର୍ତ୍ତନ: କରୋନା ଚିକିତ୍ସା ପାଇଁ PFରୁ ବାହାର କରିପାରିବେ ଟଙ୍କା

1 min read

ନୂଆଦିଲ୍ଲୀ:  କରୋନା ଭାଇରସର ଦ୍ୱିତୀୟ ଲହର ପାଇଁ ପୁଣି ଥରେ ଦେଶରେ ଲକଡାଉନ୍ ହୋଇଛି । ତେଣୁ ଅନେକ ଲୋକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏଭଳି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ସଂକ୍ରମିତ ହୁଅନ୍ତି, ତେବେ ଚିକିତ୍ସା ପାଇଁ ଟଙ୍କା ବ୍ୟବସ୍ଥା କରିବା ମଧ୍ୟ ଏକ ବଡ଼ ସମସ୍ଯା ହୋଇପଡ଼ୁଛି । ଏହି ପରିସ୍ଥିତିରେ ଲୋକଙ୍କୁ ଆର୍ଥିକ ଅସୁବିଧାରୁ ମୁକ୍ତ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯାହା ମାଧ୍ୟମରେ ଏମ୍ପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ) ବର୍ତ୍ତମାନ PFର ପରିମାଣ ବାହାର କରିବାର ସର୍ତ୍ତରେ ଦ୍ୱିତୀୟ ଥର ପାଇଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ PFରୁ ଟଙ୍କା ବାହାର କରାଯାଇପାରିବ । ଏହାପୂର୍ବରୁ, ମାର୍ଚ୍ଚ ୨୦୨୦ ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKY) ଅଧୀନରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା, ଯେଉଁଥିରେ ଇପିଏଫ୍ ସଦସ୍ୟମାନେ PFର ୭୦ ପ୍ରତିଶତ କିମ୍ବା ୩ମାସର ଦରମା ଏବଂ ଭତ୍ତା ବାହାର କରିପାରିବେ ।

ଆପଣ ଘର କିଣିବା ପାଇଁ ମଧ୍ୟ ଟଙ୍କା ଉଠାଇ ପାରିବେ

ଯଦି ଆପଣ ଘର କିଣିବାର ଚାହୁଁଛନ୍ତି, କିନ୍ତୁ ଅଧିକ ସୁଧ ହାର ଏବଂ ହାଉସ ଲୋନର କଠୋର ସର୍ତ୍ତ ଯୋଗୁଁ ଆପଣ ନିଷ୍ପତ୍ତି ନେଇପାରୁ ନାହାଁନ୍ତି । ତେବେ ଆପଣଙ୍କ PF ଆକାଉଣ୍ଟ ଆପଣଙ୍କୁ ସାହାଯ୍ୟ କରିପାରିବ । ଇପିଏଫ୍ ହେଉଛି ସେହି ନିର୍ଦ୍ଦିଷ୍ଟ ପରିମାଣ ଟଙ୍କା ଯେଉଁଟା ପ୍ରତି ମାସରେ କର୍ମଚାରୀଙ୍କ ମାସିକ ବେତନରୁ କଟାଯାଇ ଏକ ଆକାଉଣ୍ଟରେ ଜମା କରାଯାଇଥାଏ । ଶ୍ରମ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ (EPFO)କୁ EPF ପରିଚାଳନା କରେ  । ପ୍ରତିମାସରେ ଏହାର ସୂଚି, ବେତନ ବା ସାଲାରି ସ୍ଲିପରେ ରହିଥାଏ । ଯେକୌଣସି ବେତନ ପ୍ରାପ୍ତ କର୍ମଚାରୀ ଘର କିଣିବା ପାଇଁ ତାଙ୍କ PF ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ଏହା ବ୍ୟତୀତ, ଏହି ସୁବିଧା EPFO ​​ଦ୍ୱାରା ମଧ୍ୟ ଦିଆଯାଇଛି ଯେ ଆପଣ ନିଜ ଘର କିଣିବା ପାଇଁ PF ଆକାଉଣ୍ଟରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଭରଣ କରିପାରିବେ । କେବଳ ଏତିକି ନୁହେଁ, ଆପଣ ଆପଣଙ୍କର PF ଆକାଉଣ୍ଟ ମାଧ୍ୟମରେ ମାସିକ EMI ବା କିସ୍ତି ମଧ୍ୟ ଦେଇପାରିବେ ।

ମାଗଣା ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ

ଯଦି ଆପଣ EPFO ​​ସହିତ ଜଡିତ ଅଛନ୍ତି, ଅର୍ଥାତ୍ ଆପଣଙ୍କର PF କଟାଯାଇଥାଏ, ତେବେ ଆପଣଙ୍କୁ ସଂସ୍ଥା ତରଫରୁ ଜୀବନ ବୀମା ସୁବିଧା ଦିଆଯିବ । ଇପିଏଫଓ ତାହାର ସଦସ୍ୟମାନଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ସୁବିଧା ଯୋଗାଉଛି। ଏହାପୂର୍ବରୁ ଏହି ପରିମାଣ ୬ ଲକ୍ଷ ଟଙ୍କା ଥିଲା। ସେପ୍ଟେମ୍ବର ୯, ୨୦୨୦ ରେ EDLI ଯୋଜନା ଅନୁଯାୟୀ ଅଧିକତର ବୀମା ରାଶି ବୃଦ୍ଧି କରାଯାଇ ୭ ଲକ୍ଷ ଟଙ୍କା କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply