୨୦ ନଭେମ୍ୱରରେ ଇପିଏଫ୍‌ଓ ଟ୍ରଷ୍ଟ ବୋର୍ଡର ବୈଠକ: ଖାତାଧାରକଙ୍କୁ ସୁଧ ଦିଆଯିବ ନେଇ ହେବ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (ଇପିଏଫ୍‌ଓ)ର ଟ୍ରଷ୍ଟି ବୋର୍ଡ ଆଗାମୀ ବୈଠକ ୨୦ ନଭେମ୍ୱରରେ ଅନୁଷ୍ଠିତ ହେବା । ଯେଉଁଥିରେ ଚଳିତ ବର୍ଷ ଇପିଏଫ୍‌ଓ ଖାତାଧାରକଙ୍କୁ କେତେ ଟଙ୍କା ସୁଧ ଦିଆଯିବ ସେ ନେଇ ଆଲୋଚନା ହେବ । ଚଳିତ ବର୍ଷ ଅର୍ଥାତ ୨୦୨୧-୨୨ରେ ପିଏଫ୍ ଖାତାଧାରକଙ୍କୁ କେତେ ସୁଧ ପାଇବେ ସେ ନେଇ ଆଲୋଚନା ହେବ ।

ସୂଚନା ଯୋଗ୍ୟ ଯେ, ଗତ ୨ ବର୍ଷ ମଧ୍ୟରେ ଖାତାଧାରକ ଇପିଏଫ୍‌ଓ ଦ୍ୱାରା ୮.୫ ପ୍ରତିଶତ ସୁଧ ଦିଆଯାଉଛି । ଏହା ଗତ ୮ ବର୍ଷରେ ସବୁଠାରୁ କମ୍ ସୁଧ । ଏହା ସତ୍ତ୍ୱେ ଚଳିତ ବର୍ଷ ମଧ୍ୟ ଖାତାଧାରକଙ୍କୁ କମ୍ ସୁଧ ଦିଆଯିବା ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସଂକେତ ଦିଆଯାଇଛି । ଏହାପୂର୍ବରୁ ୨୦୧୮-୧୯ରେ ପିଏଫ୍ ସୁଧ ହାର ୮.୬୫ ପ୍ରତିଶତ ରହିଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଇପିଏଫ୍‌ଓର ଏହି ବୈଠକରେ କେଉଁଥିରେ ଟଙ୍କା ନିବେଶ କରାଯିବ ସେ ନେଇ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ପିଏଫ୍ ଖାତାଧାରକଙ୍କ ଟଙ୍କା ଅଲଟର ନେଟିଭ୍ ଇନଭେଷ୍ଟମେଣ୍ଟ ଫଣ୍ଡ(AIFs), ଭିତ୍ତିଭୂମି ନିବେଶ ଟ୍ରଷ୍ଟ (InvITs) ଭଳି ବିକଳ୍ପ ଫଣ୍ଡରେ ନିବେଶ କରାଯିବ । ଚଳିତ ବର୍ଷ ଅପ୍ରେଲ ମାସରେ ଶ୍ରମ ମନ୍ତ୍ରାଳୟ ନିବେଶର ନେଇ ଥିବା ବିକଳ୍ପରେ ପରିବର୍ତ୍ତନ କରିବା ନେଇ ସୂଚନା ଜାରି କରିଛି । ଏଣୁ ‘ସେବି’ ଦ୍ୱାରା ପରିଚାଳିତ ହେଉଥିବା ଏଆଇଏଫ୍ ପ୍ରଥମ ଶ୍ରେଣୀର ଏବଂ ଦ୍ୱିତୀୟ ଶ୍ରେଣୀ ଅନୁଯାୟୀ ନିବେଶ କରାଯିବ ବୋଲି କୁହାଯାଇଛି ।

ସେୟାର ମାର୍କେଟରେ କେତେ ହେବ ନିବେଶ

କେନ୍ଦ୍ର ସରକାର ଦ୍ୱାରା ଦିଆଯାଇଥିବା ରିହାତି ଅନୁଯାୟୀ ଇପିଏଫ୍‌ଓ  ପିଏଫ୍ ଖାତାଧାରକଙ୍କୁ ଫଣ୍ଡର ପାଖାପାଖି ୧୫ ପ୍ରତିଶତ ଅଂଶ ଇକ୍ୱିଟି ଅର୍ଥାତ ସେୟାରରେ ବିନିଯୋଗ କରାଯିବ । ଚଳିତ ବର୍ଷ ଇପିଏଫ୍ ୩୦ ଜୁନ୍ ସୁଦ୍ଧା ସେୟାର ବଜାରରୁ ପ୍ରାୟ ୭ହଜାର ୭୧୪ କୋଟି ଟଙ୍କା ନିବେଶ କରିଛି ।

ଏଥିସହିତ ପଢ଼ନ୍ତୁ: ମଧ୍ୟ ରାତ୍ରିରେ ସ୍ତ୍ରୀ କଲେ ରେଡ୍: ହୋଟେଲରୁ ମହିଳା ବନ୍ଧୁଙ୍କ ସହ ଧରାପଡ଼ିଲେ ସ୍ୱାମୀ, ଆଉ ତା’ପରେ..

Leave a Reply