Petrol Price Hike:  ଏହି ସହରରେ ଲିଟର ପିଛା ୧ ଟଙ୍କାରେ ବିକ୍ରି ହେଲା ପେଟ୍ରୋଲ

ନୂଆଦିଲ୍ଲୀ:  ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିକୁ ବିରୋଧ କରି ମହାରାଷ୍ଟ୍ରର ସୋଲାପୁରରେ ଗୁରୁବାର ପେଟ୍ରୋଲ ଲିଟର ପିଛା ୧ ଟଙ୍କା ବିକ୍ରି ହୋଇଛି ।  ଡ.ବି.ଆର.ଆମ୍ବେଦକରଙ୍କ ଜୟନ୍ତୀରେ ଏକ ସ୍ଥାନୀୟ ସଙ୍ଗଠନ  ୫ ଶହ ଲୋକଙ୍କୁ  ପେଟ୍ରୋଲ ଲିଟର ପିଛା ୧ ଟଙ୍କାରେ ବିକ୍ରି କରିଛନ୍ତି ।

କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧ ଲିଟର ଲେଖାଏଁ ପେଟ୍ରୋଲ ଦିଆଗଲା ।  ଏତେ ମାଗଣାରେ ପେଟ୍ରୋଲ ଦର ଦେଖି ପେଟ୍ରୋଲ ଟାଙ୍କିରେ ଭିଡ଼ ଅସମ୍ଭାଳ ହୋଇପଡ଼ିଲା । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା ।

ସଙ୍ଗଠନର ରାଜ୍ୟ ୟୁନିଅନ ନେତାଙ୍କ କହିବା ହେଉଛି ଦରଦାମ୍‌ ବୃଦ୍ଧି ହେଉଛି । ନରେନ୍ଦ୍ର ମୋଦି ସରକାରଙ୍କ ସମୟରେ ପେଟ୍ରୋଲ ଲିଟର ପିଛା ଦର ୧୨୦ ଟଙ୍କାରେ ପହଞ୍ଚିଲାଣି । ତେଣୁ ଏଭଳି ସ୍ଥିତିରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବାକୁ ଆମେ ଏଭଳି ନିଷ୍ପତ୍ତି ନେଲୁ ।  ସେ ଏହା ମଧ୍ୟ କହିଲେଯେ, ଯଦି ଆମ ଭଳି ଛୋଟ ସଙ୍ଗଠନ ଲୋକଙ୍କୁ ରିହାତି ଦେଇ ପାରୁଛି ତେବେ ସରକାର କାହିଁକି ନୁହଁନ୍ତି ?

ଅନ୍ୟପଟେ ପେଟ୍ରୋଲ କିଣିଥିବା ଜଣେ ବ୍ୟକ୍ତିଙ୍କ କହିବା ହେଉଛି ଦରଦାମ ଆକାଶଛୁଆଁ ବୃଦ୍ଧି ବେଳେ ଏତେ ଶସ୍ତାରେ ପେଟ୍ରୋଲ କିଣି ଖୁବ୍‌ ଖୁସି ଲାଗୁଛି ।