ବେଲଗାମ ତେଲଦର: ମାଲକାନଗିରିରେ ସର୍ବାଧିକ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା

ଭୁବନେଶ୍ୱର: ହୁହୁ ହୋଇ ବଢିଚାଲିଛି ଡିଜେଲ ଓ ପେଟ୍ରୋଲ ଦର । ଲଗାତାର ତେଲଦର ବଢିବା ଫଳରେ ଖାଉଟି ଏବେ ଚିନ୍ତାରେ ପଡ଼ିଛନ୍ତି । ଓଡିଶାର ମାଲକାନଗିରରେ ଡିଜେଲ ଓ ପେଟ୍ରୋଲ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା ରହିଥିବା ବେଳେ ଡିଜେଲ ଦର ୮୭ ଟଙ୍କା ୫୬ ପଇସା ରହିଛି ।
ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୬ ଟଙ୍କା ୬୮ ପଇସା ଥିବା ବେଳେ ଡିଜେଲ ୮୨ ଟଙ୍କା ୩୮ ପଇସା ରହିଛି । ଏବଂ ମୁମ୍ବାଇରେ ପେଟ୍ରୋଲ ଦର ୯୨ ଟଙ୍କା ୨୮ ପଇସା ରହିଥିବା ବେଳେ କୋଲକାତାରେ ୮୭ ଟଙ୍କା ୧୧ ପଇସା ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୮୪ ଟଙ୍କା ୭୦ ପଇସା ରହିଛି । ସେହିପରି ଡିଜେଲ ଦର ଚେନ୍ନାଇରେ ୮୧ ଟଙ୍କା ୧୪ ପଇସା, ଦିଲ୍ଲୀରେ ୭୫ ଟଙ୍କା ୮୮ ପଇସା, କୋଲକାତାରେ ୭୯ ଟଙ୍କା ୮୮ ପଇସା ଓ ମୁମ୍ବାଇରେ ୮୨ ଟଙ୍କା ୬୬ ପଇସା ରହିଛି ।